କରାତଳି ଗ୍ରାମରେ ପହଂଚି ଚାଉଳ ନମୁନା ସଂଗ୍ରହ କଲେ ବ୍ଲକ ଯୋଗାଣ ଅଧିକାରୀ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମର କିଛି ହିତାଧିକାରୀଙ୍କୁ ପିଡିଏସ ଅପମିଶ୍ରଣ ଚାଉଳ (ପ୍ଲାଷ୍ଟିକ ଚାଉଳ) ମିଳିଥିବା ଅଭିଯୋଗ ହୋଇଥିଲ।। ଏନେଇ ସୋମବାର ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା କରାତଳି ଗ୍ରାମରେ ପହଞ୍ଚି ହିତାଧିକାରୀ ମାନଙ୍କ ଆଲୋଚନା କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗ୍ରାମର ୧୨ଜଣ ହିତାଧିକାରୀଙ୍କୁ ମିଳିଥିବା ଅପମିଶ୍ରଣ ଚାଉଳର ନମୁନା ସଂଗ୍ରହ କରାଯାଇଛି । ଏହା ଚିଫ ସିଏସଓଙ୍କୁ ହସ୍ତାନ୍ତର କରାଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟଯେ ଗତବର୍ଷ ଡିସେମ୍ବର ମାସ ଶେଷ ସପ୍ତାହରେ ଖାଦ୍ୟ ସୁରକ୍ଷା ଯୋଜନା ଆନୁକୂଲ୍ୟରେ କରାତଳି ଗ୍ରାମର କିଛି ହିତଧିକାରୀଙ୍କୁ ଅପ୍ରମିଶ୍ରଣ ଚାଉଳ ( ପ୍ଲାଷ୍ଟିକ ଚାଉଳ) ମିଳିଥିବା ନେଇ ଗତ ଶୁକ୍ରବାର ଦିନ ଗ୍ରାମର କିଛି ଯୁବକ ଚିଫ ସିଏସଓ ଉମାଶଙ୍କର ପତିଙ୍କ ନିକଟରେ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ