ସିବିଆଇ-ପୁଲିସ ବିବାଦ ମାମଲା ; ରାଜୀବ କୁମାରଙ୍କୁ ଗିରଫ କରାଯାଇ ପାରିବ ନାହିଁ : ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ : କଲକାତାରେ ସିବିଆଇ-ପୁଲିସ ବିବାଦ ନେଇ ସୁପ୍ରିମ କୋର୍ଟ ମଙ୍ଗଳବାର ରାୟ ଶୁଣାଇଛନ୍ତି। ରାଜୀବ କୁମାରଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଦେଇଛନ୍ତି। ତେବେ ତାଙ୍କୁ ସିବିଆଇରେ ହାଜର ହେବାକୁ କୁହାଯାଇଛି। ଅନ୍ୟପକ୍ଷରେ ସିବିଆଇ ତଦନ୍ତରେ ସହଯୋଗ କରିବାକୁ ପୁଲିସ କମିଶନରଙ୍କୁ ନିର୍ଦେଶ ଦିଆଯାଇଛି। ରାଜୀବ କୁମାରଙ୍କୁ ସିଲଂରେ ଜେରା ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଉତ୍ତର ରଖିବାକୁ ନୋଟିସ ଜାରି କରା ଯାଇଛି। ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ସ୍ବାଗତ କରିବା ସହିତ ସୁପ୍ରିମ କୋର୍ଟଙ୍କ ରାୟରେ ଆମର ବିଜୟ ହୋଇଛି ବୋଲି କହିଛନ୍ତି। ଏହା ଟିଏମସିର ଆନ୍ଦୋଳନ ନୁହେଁ ଜନତାଙ୍କର ଆନ୍ଦୋଳନ ବୋଲି ସେ କହିଛନ୍ତି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେ ୬ ବର୍ଷ ତଳର କଥା ମନେ ପଡିଲା ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ସମ୍ବିଧାନର ନିୟମ ଉଲଙ୍ଘନ କରୁଛି ବୋଲି ଦିଦି କହିଛନ୍ତି।