ସିଭିଲସପ୍ଲାଏ କରପୋରେସନ ଗୋଦାମରୁ ୨୧୦ବସ୍ତା ଗହମ ବେଆଇନ ଚାଲାଣ ବେଳେ ସଦର ଥାନା ପୋଲିସ ଦ୍ୱାରା ଗାଡି ସହ ଗହମ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ୫ନମ୍ବର(କ) ଜାତୀୟ ରାଜପଥର ଛଗରିଆ ଠାରେ ଥିବା ସିଭିଲ ସପ୍ଲାଏ କରପୋରେସନ ଗୋଦାମରୁ ବେଆଇନ ଭାବେ ଏକ ଟ୍ରକରେ ଚାଲାଣ ହେଉଥିବା ୨୧୦ବସ୍ତା ଗହମକୁ ଟ୍ରକ ସହିତ ଆଜି ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ଗୋପ – ଦୁତିଆଳ ରାସ୍ତାରେ ଜବତ କରିଛି ସଦର ଥାନା ପୋଲିସ । ପୋଲିସ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାଇ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଏକ ବିଶେଷ ସୁତ୍ରରୁ ଖବର ପାଇ ୫ନମ୍ବର(କ) ଜାତୀୟ ରାଜପଥର ଗୋପ -ଦୁତିଆଳ ରାସ୍ତାରେ ଏକ ଗହମ ବୋଝେଇ ଟ୍ରକକୁ ଜବତ କରିଛନ୍ତି । ସେହି ଟ୍ରକଟି ଛଗରିଆ ସ୍ଥିତ ସିଭିଲ ସପ୍ଲାଏ କରପୋରେସନ ଗୋଦାମରୁ ୨୧୦ବସ୍ତା ଗହମ ବୋଝେଇ କରି ଦୁତିଆଳସ୍ଥିତ ମା’ଶାରଳା ଫୁଡ୍ସକୁ ଯାଉଥିବା ସଂପୃକ୍ତ ଟ୍ରକର ହେଲପର ପୋଲିସକୁ କହିଛି । ଜଣେ କଂଟ୍ରୋଲ ଡିଲର ହୋଇନଥିବା ଏବଂ ଜଣେ ଟ୍ରେଡରକୁ କିଭଳି ଭାବେ ସରକାରଙ୍କ ୨୧୦ବସ୍ତା ପିଡିଏସ ଗହମ ବିକ୍ରୀ କରାଯାଇଥିଲା ତାହାର ବିଧିବଦ୍ଧ ତଦନ୍ତ କରାଯିବା ଆବଶ୍ୟକ । ଜିଲ୍ଲାପାଳ ସମର୍ଥ ବର୍ମା ଏସମ୍ପର୍କରେ ଖବର ପାଇବା ପରେ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି । ଅପରପକ୍ଷରେ ବେସାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ କୁହନ୍ତି ଯେ ତଦନ୍ତ କରାଯାଉଛି ସଂପୂର୍ଣ୍ଣ ଘଟଣା ଜଣାପଡିବା ପରେ ପ୍ରକୃତରେ କଣ ହୋଇଛି ଜଣାପଡିବ ବୋଲି କହୁଛନ୍ତି । ଥାନା ଅଧିକାରୀ ବେଆଇନ ଗହମ ବୋଝେଇ ଟ୍ରକ ଜବତ କରାଯାଇଛି ଏବଂ ଗାଡି ଚାଳକ ଫେରାର ହୋଇଯାଇଥିବା ବେଳେ ହେଲପର ଗିରଫ ହୋଇଛି ବୋଲି ସୂଚନା ଦେବା ସହ ଏଭଳି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ