ସିମେଣ୍ଟ ବୋହିବା ବେଳେ ଖସିପଡି ଶ୍ରମିକ ମୃତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘର ଛାତ କାମରେ ନିୟୋଜିତ ଜଣେ ମହିଳା ଶ୍ରମିକ ସିମେଣ୍ଟ ବୋହିବା ସମୟରେ ଖସିପଡି ମୃତ୍ୟୁ ଘଟିଛି । ମୃତକ ଜଣକ ହିଞ୍ଜିଳି ଥାନା ଚୈତନ୍ୟପଡାର ରେଣୁ ଦାସ(୧୮) । ଏ ନେଇ ହିଞ୍ଜିଳି ଥାନାରେ ନଂ-୧୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ମଙ୍ଗଳବାର ସନ୍ଧ୍ୟାରେ ମହିଳା ଶ୍ରମିକ ଜଣକ ସିମେଣ୍ଟ ବୋହୁଥିବା ବେଳେ ଅସାବଧାନତା ଯୋଗୁଁ ଖସି ପଡ଼ିଥିଲେ । ଉପସ୍ଥିତ କିଛି ଶ୍ରମିକ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।