ସିମେଣ୍ଟ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ଘଟଣା ପୁଣି ଅଶାନ୍ତ ହେଲା ହଂସପୁର : ଆଇଜି ଙ୍କ ତଦନ୍ତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଥାନା ହଂସପୁର ଗ୍ରାମ ର ସିମେଣ୍ଟ ବ୍ୟବସାୟୀ ଙ୍କ ହତ୍ୟାକାଣ୍ଡ ଘଟଣା ପୁଣି ଉଗ୍ର ରୂପ ଧାରଣ କଲା | ଗତକାଲି ଠାରୁ ପୁଣି ଅଶାନ୍ତ ହୋଇପଡିଛି ହଂସପୁର ଗ୍ରାମ | ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ରପରିଡା ଙ୍କ ହତ୍ୟା ଘଟଣା ର ଅଭିଯୁକ୍ତକୁ ପୁଲିସ ଏଯାବତ ଗିରଫ କରିନଥିବାରୁ ଏହି ମାମଲା ରେ ଥାନାରେ ଅଟକ ଥିବା ପଙ୍କଜ ବିଶ୍ୱାଳଙ୍କ ବୁଧବାର ରାତିରେ କିଛି ମହିଳା ମାନେ ଦୁଇ ଦୋକାନ ଗୃହ ଭଙ୍ଗାରୁଜା , ବିଭିନ୍ନ ସାମଗ୍ରୀ ଲୁଟ ଓ କାରର କାଚ ମଧ୍ୟ୍ୟ ଭାଙ୍ଗିଲେ | ଏନେଇ ଗତକାଲି ପୋଲିସ ଗ୍ରାମ ରେ ପହଁଚି ନାହଁ l ହଂସପୁର ଗ୍ରାମ ରେ ହୋଇଥିବା ସିମେଣ୍ଟ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ପରିଡା ଙ୍କ ହତ୍ୟା ଘଟଣା କୁ ନେଇ ଗୁରୁବାର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଛତ୍ରପୁର ଥାନାରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ ଓ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଆଲୋଚନା କରୁଛନ୍ତି l ସୂଚନା ଥାଉକି ଗତ 22 ତାରିଖରେ କୃଷ୍ଣଙ୍କ ହତ୍ୟା କରାଯାଇଥିଲା ଏବଂ ନ୍ୟାୟ ନମିଳିବାରୁ ଭାବି ପତ୍ନୀ ଆରତୀ ପାହାନ ମଧ୍ୟ୍ୟ ବିଷପାନ କରି ଆତ୍ମହତ୍ୟା କରିଥିଲେ l ହତ୍ୟାକାରୀ ଧରିବାରେ ବିଳମ୍ୱ କରୁଥିବା ଦର୍ଶାଇ ମହିଳା ମାନେ ଗୁରୁବାର ରାତି ରେ ପଙ୍କଜ ଙ୍କ ଦୋକାନ ଭଙ୍ଗା ରୁଜା ହୋଇଥିଲେ ମଧ୍ୟ ଘଟଣା ଘଟିବା ଠାରୁ ମଧ୍ୟ ଛତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ l


