ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଲେ ତହସିଲଦାର
ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ତାଜିପୁର ଆଦିବାସୀ ସାହିରେ ସେଚ୍ଛାସେବୀ ସଙ୍ଗଠନ ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଇନ୍ଦିରା ସାହୁ ଯୋଗ ଦେଇ ଲୋକ ମାନଙ୍କୁ ସାବୁନ୍ରେ ବାରମ୍ବାର ହାତ ଧୋଇବା, ମାକ୍ସ ବ୍ୟବହାର କରିବା, ସାମାଜିକ ଦୂରତା ଅବଲମ୍ବନ କରିବା, ବାହାରେ ଛେପ ନପକାଇବା, ଓଡିଶା ବାହାରେ ରହୁଥିବା ଲୋକ ମାନଙ୍କ ନାମ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜୀକରଣ କରିବା ଆଦି ବିଷୟରେ ସଚେତନ କରାଇଥିଲେ । ପରେ ସଂସ୍ଥା ପକ୍ଷରୁ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ, ମାକ୍ସ ଓ ସାବୁନ୍ ଆଦି ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ସଂପାଦକ ଗୋପିନାଥ ଦାଶ, କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତି, ସଂଯୋଜକ ପ୍ରଦୀପ ଜେନା, ସେଚ୍ଛାସେବୀ ବରୁଣ ପେରେଇ ସଂପାଦନ କରିଥିଲେ । ପରେ ତହସିଲଦାର ବଡବର୍ଚ୍ଚିକୟାଁ ଓ ଅଣିଜୋ ପଞ୍ଚାୟତର ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ ସରପଞ୍ଚ ବିଷ୍ଣୁମୋହନ ଜେନା, ଜଗବନ୍ଧୁ ବେହେରା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଗୀତା ପାଣିଗ୍ରାହୀଙ୍କ ସମେତ ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ସଂପାଦକ ଉପସ୍ଥିତ ଥିଲେ ।


