ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ କୋଭିଡ୍‌-୧୯ ସଚେତନତା କାର୍ଯ୍ୟକ୍ରମ

ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ତରଫରୁ ଗୋପିନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାହାଡପୁର ଆଦିବାସୀ ସାହିରେ କୋଭିଡ୍‌-୧୯ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲୋକ ମାନଙ୍କୁ ପାରିପାଶ୍ୱିର୍କ ପରିବେଶ ପରିସ୍କାର ଓ ପରିଚ୍ଛନ୍ନତା ରଖିବା, ସାବୁନ୍‌ରେ ହାତ ଧୋଇବା, ସମସ୍ତ ସ୍ଥାନରେ ସାମାଜିକ ଦୂରତା ବଜାୟୀ ରଖିବା, ବାହାରେ ଛେପ ନପକାଇବା, ମାସ୍କ ପିନ୍ଧିବା, ନିଶାଦ୍ରବ୍ୟ ପ୍ରସ୍ତୁତ ନକରିବା, ନିଶାଦ୍ରବ୍ୟ ସେବନ ନକରିବା, ବାହାର ଗାଁର ଲୋକଙ୍କୁ ଗ୍ରାମ ଭିତରକୁ ପଶାଇ ନଦେବା, ଅତି ଜରୁରୀ ନହେଲେ ବାହାରକୁ ନବାହାରିବା, କାଶ, ଛିଙ୍କ, ଜ୍ୱର, ଥଣ୍ଡା ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ବିଷୟରେ ସଚେତନ କରାଯାଇଥିଲା । ଏଥିସହିତ ଗ୍ରାମକୁ କୋଭିଡ୍‌-୧୯ ନପସାଇ ଦେବାକୁ ସଂସ୍ଥା ତରଫରୁ ସମସ୍ତଙ୍କୁ ଶପଥପାଠ କରାଯାଇଥିଲା । ସଂସ୍ଥାର ସଂପାଦକ ଗୋପିନାଥ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ଯୋଗ ଦେଇ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦେବା ସହିତ ସଂସ୍ଥାର ନିଜସ୍ୱ ପାଣ୍ଠିରୁ ଚୂଡା, ବିସ୍କୁଟ, ସାବୁନ୍‌, ମାସ୍କ ଆଦି ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସରପଞ୍ଚ ଅଶୋକ ଦାସ ଓ ସ୍ୱେଚ୍ଛାସେବୀ ଭାବେ ସଂଗୀତାରାଣୀ ପାଣିଗ୍ରାହୀ ଯୋଗ ଦେଇଥିଲେ । ସଂସ୍ଥାର କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂଯୋଜକ ପ୍ରଦୀପ ଯେନା, ସ୍ୱେଚ୍ଛାସେବୀ ବରୁଣ ପେରେଇ, ଟି.ଅଜୟ କୁମାର, ରାଜେଶ ଦାଶ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ