ସି.ଡି.ଏସ. ମୁଖ୍ୟ ସେନାପତି ବିପିନ ରାୱତ ଓ ଅନ୍ୟ ଜୱାନ ଙ୍କ ମୃତ୍ୟୁରେ ଶୋକସଭା
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଡିସେମ୍ବର ୦୯ ତାରିଖ ଦିନ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ତିନି ସେନାବାହିନୀର ମୁଖ୍ୟ ସେନାପତି ବିପିନ ରାୱତ ଓ ଅନ୍ୟ ଜୱାନ ବୃନ୍ଦ ବୁଧବାର ଦିନ ତାମିଲନାଡୁ କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଆମ ଦେଶର ସୁଯୋଗ୍ୟ ବୀର ସନ୍ତାନ ସିଡିଏସ ବିପିନ ରାୱତ ଙ୍କ ସମେତ ଅନ୍ୟ ବୀର ଜୱାନଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଉଦ୍ଦେଶ୍ୟରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବୀର ଜୱାନ ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରଥମେ ମୁଖ୍ୟ ଅଧ୍ୟାପକ ଶ୍ରୀ ସାହୁ, ଜେନେରାଲ ବିପିନ ରାୱତଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ବିନୋଦ କୁମାର କର, ସିଡିଏସ ସ୍ବର୍ଗତ ଶ୍ରୀ ରାୱତ ଙ୍କ ବିଭିନ୍ନ ବୀରତ୍ବ ଓ ସଫଳତା ବିଷୟରେ ମତ ପ୍ରକାଶ କରିଥିଲେ। ଅଧ୍ୟାପକ ଲୋକନାଥ ବେହେରା, ସ୍ବର୍ଗତ ଶ୍ରୀ ରାୱତ ଙ୍କ ନେତୃତ୍ୱରେ ଶତ୍ରୁ ପକ୍ଷ ଉପରେ ପ୍ରତିଆକ୍ରମଣ କୌଶଳ ବିଷୟରେ ପ୍ରକାଶ କରି ପ୍ରଶଂସା କରିଥିଲେ। ଏହି ଶୋକସଭାରେ ରାଜନୀତି ବିଭାଗର ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।