ସି ପିଏସ ଫାର୍ମସୀ କଲେଜରେ ଜାତୀୟ ପତାକା ଉଉୋଳନ
ବ୍ରହ୍ମପୁର,(ଅନିଲ କୁମାର):ସିପିଏସ ,ମହୁଡା ଫାର୍ମାସୀ କଲେଜ୍ ପକ୍ଷରୁ ଦେଶର ୭୮ତମ ସ୍ବାଧୀନତା ଦିବସ କଲେଜ୍ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ପୁର୍ବତନ ସଭାପତି ଇ.କ୍ରୀଷ୍ଟା ପ୍ରସାଦ ରାଓ ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିଥିଲେ। ପରେ ପରେ କଲେଜ୍ ଅଧ୍ୟକ୍ଷ ପ୍ରଫେସର ସୁବ୍ରତ ସେନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ବରିଷ୍ଠ ଫାର୍ମାସିଷ୍ଟ ଗଞ୍ଜାମ ଓ ଫୁଲବାଣୀ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ,ୟୁସିଡିଏ ସଂଘ ରାଜ୍ୟ ସଭାପତି ପି ସତ୍ୟନାରାୟଣ , କଲେଜ୍ ପରିଚାଳନା କମିଟି ଅଧ୍ୟକ୍ଷ ଭି ଜଗନ୍ନାଥ ରାଓ ,ଉପାଧ୍ୟକ୍ଷ ପ୍ରଦିପ କୁମାର ପଣ୍ଡା ,ଉପସଭାପତି ମନୋଜ କୁମାର ପତି, ସାଂଗଠନିକ ସମ୍ପାଦକ ଗିରିଶ ଚନ୍ଦ୍ର ପ୍ରଧାନ,କେ ପ୍ରଭାକର ରାଓ, ଦେବାଶିଷ ପଣ୍ଡା,ଲଵିନ ଚନ୍ଦ୍ର ପାତ୍ର,ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଦେଶର ସ୍ବାଧୀନତା କ୍ଷେତ୍ରରେ ପୁର୍ବପୁରୁଷ ମାନଙ୍କ ଯୋଗଦାନ ଅତୀବ ମହତ୍ବପୂର୍ଣ୍ଣ ଥିଲା ବୋଲି ମତବ୍ଯକ୍ତ କରିଥିଲେ। କଲେଜ୍ ଉପାଧ୍ୟକ୍ଷ ପ୍ରଫେସର ରମେଶ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ତ୍ରିନାଥ ପରିଡ଼ା , କ୍ରିଷ୍ଣା ବାବୁ, ଜିତେନ୍ଦ୍ର କୁମାର ପଣ୍ଡା, ବିଜୟ ଅଧିକାରୀ, ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ପରିଶେଷରେ ପି ଧର୍ମା ରାଓ ଆନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ।