ସୀତାର୍ଥ ଅଟୋ ମୋବାଇଲ ତରଫରୁ ଶୁଖିଲା ଖାଦ୍ୟ ବଂଟନ

ନାଉଗାଁ (ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତର ଚାନ୍ଦଖାଁପାଟଣା ଗ୍ରାମରେ ଦାରିଦ୍ର ସୀମା ରେଖା ତଳେ ଥିବା ଅସହାୟ ପରିବାରକୁ ଶୁକ୍ରବାର ସୀତାର୍ଥ ଅଟୋ ମୋବାଇଲର ଅଥୋରାଇଜଡ ଡିଲର ଗୀତା ମୋଟର୍ସ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । କରୋନା ଭୁତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସାରା ଦେଶରେ ଦୀର୍ଘ ଦିନ ହେଲା ଲକ ଡାଉନରେ ରହିଛି । ଯାହାର ପ୍ରଭାବ ଗ୍ରାମରେ ଥିବା ଦିନ ମଜୁରିଆ, ଅସହାୟ ଜନସାଧାରଣଙ୍କ ଉପରେ ପଡିଛି । ଏପରିକି ଆର୍ଥୀକ ଅନାଟନ ଯୋଗୁ ଅନେକ ଅସହାୟ ଠିକ ଭାବେ ଖାଦ୍ୟ ପାଇ ପାରୁ ନାହାନ୍ତି । ଦେଶର ଏହି ଦୁର୍ଦ୍ଦିନ ସମୟରେ ଅନେକ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରୁଛନ୍ତି ।ଏହି ଦୁର୍ଦ୍ଦିନ ସମୟରେ ଗୀତା ମୋଟର୍ସ ପକ୍ଷରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଏହି ପଦାର୍ଥ ଗୀତା ମୋଟର୍ସର ଜେନେରାଲ ମ୍ୟାନେଜର ମିହିର ଶତପଥୀ, ସୀତାର୍ଥ ଅଟୋ ମୋବାଇଲସର ମ୍ୟାନେଜର ଅମୀୟ ସାମଲ, ଗୀତା ମୋଟର୍ସର ନେଟଓାର୍କ ମ୍ୟାନେଜର ମନୋଜ ଜେନା, ନିହାର ବାରିକ ଆଦି ଉପସ୍ଥିତ ରହି ଏହି ଖାଦ୍ୟ ପଦାର୍ଥ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ