ସୁକାନ୍ତ ଦାସ ମହାରାଜଙ୍କ ପ୍ରବଚନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ମା ପାଟଖଣ୍ଡା ମନ୍ଦିରପ୍ରାଙ୍ଗଣରେ ମାପାଟଖଣ୍ଡା ଦୁର୍ଗାପୁଜା ସମିତି ଆନୁକୁଲ୍ୟରେ ଅଚ୍ୟୁତାନନ୍ଦ ଗାଦି ପଂଚଶାଖା ସାହିତ୍ୟ ଭବିଷ୍ୟତ ମାଳିକା ତତ୍ୱଜ୍ଞ୍ୱାନ ତଥା ଭବିଷ୍ୟତ ଓ ବ୍ରହ୍ମଜ୍ଞନ ସାରସ୍ୱତ ସମୀକ୍ଷା ଉପରେ ଆଧାରିତ ସତସଙ୍ଗ ସ୍ୱାମୀ ଗୁରୁପାଦ ବ୍ରହ୍ମ ଅବଦୁତ ସୁକାନ୍ତ ଦାସ ମହାରାଜଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ୨୭ ତାରିଖରୁ ଏହି ପ୍ରବଚନ ଆରମ୍ଭ ହୋଇଛି ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରବଚନ ଶୁଣିବାକୁ ସଂନ୍ଧ୍ୟାରେ ପାଟଖଣ୍ଡା ମନ୍ଦିର ପରିସରରେ ପ୍ରବଳ ଶ୍ରଦଗଧାଳୁଙ୍କ ସମାଗମ ହେଉଛି । ସମସ୍ତଙ୍କ ନିମନ୍ତେ ପ୍ରସାଦ ବ୍ୟବସ୍ଥା ଅୟୋଜନ ସମିତି ଦ୍ୱାରା କରାଯାଉଛି । ମା ପାଟଖଣ୍ଡା ଦୁର୍ଗାପୁଜା ସମିତିର ସଭାପତି ଲୋକନାଥ ପାଢୀ, ସମ୍ପାଦକ ଟି ଶ୍ରୀନିବାସ ରାଓ,ସହ ସମ୍ପାଦକ ଭଗବତୀ ପ୍ରସାଦ ସାବତ,ସୁଜିତ ପାଳ,ଶ୍ରୀନାବାସ ଦୋରା,ମଦନ ମୋହମ ପାଢୀ,ଭଗବାନ ପଣ୍ଡା,ସୁବାଷ କହଁର,ପ୍ରଶାନ୍ତ ସାହୁ ଓ ଅନ୍ୟମାନେ ଏଥିରେ ନିୟୋଜିତ ଥିଲେ ।