ସୁନାଚେନ ଲୁଟ ଘଟଣା ରେ ନାବାଳକ ସମେତ ସାତ ଲୁଟେରା ଗିରଫ
ବାଲେଶ୍ଵର, (ସରୋଜ ପଣ୍ଡା):ସଦର ଥାନା ଅନ୍ତର୍ଗତ ମେଘଡମ୍ବରୁ ଗ୍ରାମ ଦାଶରଥି ଲେଙ୍କା ଙ୍କ ମା ‘ଗତ ସାତ ତାରିଖ ସକାଳେ ପ୍ରାତଃ ଭ୍ରମଣ କରୁଥିବା ବେଳେ କିଛି ଲୁଟେରା ବାଇକ ରେ ଆସି ତାଙ୍କର ସୁନା ହାର ଓ କାନ ଫୁଲ ଲୁଟି ନେଇଥିଲେ।ସଦର ଥାନା ରେ ୨୮୪ମୂଳେ ମାମଲା ରୁଜ୍ଜୁ କରାଯାଇଥିଲା। ଏହି ଘଟଣା ରେ ପୋଲିସ ଟେରୁ ଓରଫ ରବିନାରାୟଣ ବେହେରା, ଆୟୁଷ ସିଂହ, ଶ୍ୟାମ ରାୟ ମାନେ, ଚନ୍ଦନ ଜେନା ସମେତ ଜଣେ ନାବାଳକ କୁ ଗିରଫ କରିଛି। ଏ ନେଇ ଏସପି ସାଗରିକା ନାଥ ଏଜ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ସେହିପରି ଚୋରା ସୁନା ଗହଣା କିଣି ଥିବା ଅପରାଧ ରେ ପୋଲିସ ଯତୀନ୍ଦ୍ର କମିଳା ଓ ଅନନ୍ତ ସାହୁ କୁ ଗିରଫ କରିଛି। ଅନନ୍ତ ସାହୁ ପୂର୍ବରୁ ଅନେକ ଥର ଡକାୟତ ଓ ଲୁଟେରା ମାନଙ୍କ ଠାରୁ ଚୋରା ଗହଣା କିଣି ପୋଲିସ ହାତରେ ଧରାପଡ଼ି ଜେଲ ଯାଇଛି। ହେଲେ ନିଜର ଅଭ୍ୟାସ ଛାଡି ପାରିନାହିଁ।


