ସୁନା ଗଚ୍ଛିତ ରଖିବାରେ ଆମେରିକା ଆଗରେ

ବିଶ୍ୱରେ ସୁନା ସୁବଠୁ ମୂଲ୍ୟବାନ ଧାତୁ । ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ ସେତେ ଶକ୍ତିଶାଳୀ । ସୁନା ଗଚ୍ଛିତ ରଖିବାରେ ଆମେରିକାର ସ୍ଥାନ ସର୍ବାଗ୍ରେ । ୱାଲର୍ଡ ଗୋଲ୍ଡ କାଉନସିଲ୍ ରିପୋର୍ଟ ଅନୁଯାୟୀ, ଆମେରିକା ନିକଟରେ ୮,୧୩୩.୫ ଟନ୍ ସୁନା ଗଚ୍ଛିତ ରହିଛି । ଜର୍ମାନୀ ଦ୍ୱିତୀୟ ସ୍ଥାନରେ ଥିବାବେଳେ ତୃତୀୟରେ ଇଟାଲୀ ରହିଛି । ଇଟାଲୀ ନିକଟରେ ୨୪୫୨ ଟନ୍ ସୁନା ଗଚ୍ଛିତ ଅଛି । ୪ର୍ଥରେ ରହିଛି ଫ୍ରାନ୍ସ । ବିଶ୍ୱର ୬୦ ପ୍ରତିଶତ ସୁନା କେବଳ ଫ୍ରାନ୍ସରେ ରହିଛି । ୫ମରେ ଜର୍ମାନୀ ଥିବାବେଳେ ୬ଷ୍ଠ ସ୍ଥାନରେ ରହିଛି ଚାଇନା । ଚାଇନା ନିକଟରେ ୨୧୪୧ ଟନ୍ ସୁନା ଗଚ୍ଛିତ ରହିଛି । ୭ମରେ ସୁଇଜରଲାଣ୍ଡ୍ ଏବଂ ୮ମରେ ଜାପାନ ରହିଛି । ସେହିପରି ନେଦରଲ୍ୟାଣ୍ଡର ସ୍ଥାନ ୯ମରେ ରହିଛି । ଏହା ନିକଟରେ ୬୧୨ ଟନ୍ ସୁନା ଗଚ୍ଛିତ ରହିଛି । ତେବେ ଭାରତ ୧୦ମ ସ୍ଥାନରେ ରହିଛି । ଭାରତ ନିକଟରେ ୫୫୭.୭ ଟନ୍ ସୁନା ଗଚ୍ଛିତ ରହିଛି । ଆମ ଦେଶ ନିକଟରେ ସୁନା କମ୍ ରହିଛି ମାତ୍ର ବିଶ୍ୱରେ ସବୁଠୁ ଅଧିକ ସୁନା କିଣିଥାନ୍ତି ଭାରତୀୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ