ସୁପ୍ରସିଦ୍ଧ ତେଲୁଗୁଷ୍ଟାର ଡ.ମୋହନବାବୁଙ୍କୁ ସାକ୍ଷାତ କଲେ ଡ.ତିରୁପତି ।

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ତଥା ହାଇଟେକ୍ ଗ୍ରୁପର ମୁଖ୍ୟ ଡ.ତିରୁପତୁ ପାଣିଗ୍ରାହୀ ସୁପ୍ରସିଦ୍ଧ ତେଲୁଗୁ ସିନେଷ୍ଟାର ଡ.ମୋହନବାବୁ ଓ ତାଙ୍କ ପୁତ୍ର ଅନ୍ୟତମ ତେଲୁଗୁ ଷ୍ଟାର ବିଷ୍ଣୁଙ୍କ ସହ ସାକ୍ଷାତ କଲେ । ଡ.ପାଣିଗ୍ରାହୀ ଆନ୍ଧ୍ରର ତିରୁପତି ଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି । ଓଡିଶାରୁ ଆସି ଆନ୍ଧ୍ରରେ ମେଡିକାଲ କଲେଜ ପ୍ରତିଷ୍ଠା କରିଥିବା ଡ.ତିରୁପତି ପାଣିଗ୍ରାହୀଙ୍କୁ ସୁପ୍ରସିଦ୍ଧ ତେଲୁଗୁ ସିନେଷ୍ଟାର ଡ.ମୋହନବାବୁ ଏକ ସାକ୍ଷତକାର ପାଇଁ ଆମନ୍ତ୍ରଣ କରିଥିଲେ । ଡ.ମୋହନବାବୁଙ୍କ ଆନ୍ଧ୍ରରେ ଥିବା ଶ୍ରୀବିଦ୍ୟାନିକେତନ ଶିକ୍ଷାନୁଷ୍ଠାନ ଠାରେ ଏମାନଙ୍କ ସାକ୍ଷାତ ହୋଇଥିଲା । ଡ.ମୋହନବାବୁ ଓ ତାଙ୍କ ପୁତ୍ର ଅନ୍ୟତମ ତେଲୁଗୁ ଷ୍ଟାର ବିଷ୍ଣୁଙ୍କ ସହ ଡ.ତିରୁପତୁ ପାଣିଗ୍ରାହୀ ଓ ତାଙ୍କ ପୁତ୍ର ତଥା ହାଇଟେକ୍ ଗ୍ରୁପର ନିର୍ଦ୍ଦେଶକ ରୁପେଶ ପାଣିଗ୍ରାହୀ ଏହି ସାକ୍ଷାତରେ ଭେଟି ଥିଲେ । ଓଡିଶାରୁ ଆସି ଆନ୍ଧ୍ରରେ ମେଡିକାଲ କଲେଜ ପ୍ରତିଷ୍ଠା କରିଥିବା ଡ.ତିରୁପତି ପାଣିଗ୍ରାହୀଙ୍କୁ ଡ.ମୋହନବାବୁ ପ୍ରଶଂସା କରିବା ସହ ତିରୁପତି ଠାରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅନୁଷ୍ଠାନ ପ୍ରତିଷ୍ଠା କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ସହ ତାଙ୍କର ଶ୍ରୀବିଦ୍ୟାନିକେତନ ଶିକ୍ଷାନୁଷ୍ଠାନର ଉନ୍ନତମାନର ଶିକ୍ଷାଦାନ ଓ ଶୃଙ୍ଖଳା ଆଦି ପରିଦର୍ଶନ କରାଇଥିଲେ । ଶ୍ରୀବିଦ୍ୟାନିକେତନର ଶିକ୍ଷାଦାନ ଓ ଶୃଙ୍ଖଳା ଆଦି ପରିଦର୍ଶନ କରି ଡ.ତିରୁପତି ଡ.ମୋହନବାବୁଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରିଶେଷରେ ଡ.ତିରୁପତି ଡ.ମୋହନବାବୁଙ୍କୁ ଆଗାମୀ ତେଲୁଗୁ ନୁଆବର୍ଷ ଉଗାଦୀ ଦିନ ପାରଳାଖେମୁଣ୍ଡି ଆସିବା ପାଇଁ ଅନୁରୋଧ କରିଥିଲେ । ଡ.ମୋହନବାବୁ ଡ.ତିରୁପତଙ୍କ ଅନୁରୋଧକୁ ରକ୍ଷା କରି ପାରଳା ଆସିବା ପାଇଁ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ