ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ସାରାଦେଶ ଖୋଲା ହୃଦୟର ସହ ସ୍ୱୀକାର କରିଛି : ପ୍ରଧାନମନ୍ତ୍ରୀ

ଆଜି ‘ମନ୍ କୀ ବାତ୍ ଜରିଆରେ ଦେଶବାସୀ, ଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ମନ୍ କୀ ବାତ୍ ଜରିଆରେ କହିଛନ୍ତି ଯେ, ଯୁବଦେଶର ଯୁବବର୍ଗ, ସେହି ଉଦ୍ଦୀପନା, ସେହି ଦେଶଭକ୍ତି, ସେହି ସେବାର ରଙ୍ଗରେ ରଙ୍ଗାୟିତ ନବଯୁବକଙ୍କଠାରୁ । ଆପଣମାନେ ଜାଣନ୍ତି ନା? ନଭେମ୍ବର ମାସ ଚତୁର୍ଥ ରବିବାରକୁ ପ୍ରତିବର୍ଷ ‘ଏନ୍ସିସି ଦିବସ’ ରୂପେ ପାଳନ କରାଯାଇଥାଏ । ସାଧାରଣତଃ ଆମର ଯୁବପିଢ଼ିଙ୍କୁ ‘ଫ୍ରେଣ୍ଡସିପ ଡେ’ ଭଲଭାବେ ମନେଥାଏ, କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ‘ଏନ୍ସିସି ଦିବସ’ ମଧ୍ୟ ସେତିକି ମନେଥାଏ । ତେବେ ଆସନ୍ତୁ, ଆଜି ‘ଏନ୍ସିସି ଦିବସ’ ବିଷୟରେ କିଛି କଥା ହେବା । ମୋତେ ମଧ୍ୟ କିଛି ସ୍ମୃତିକୁ ସତେଜ କରିବାର ସୁଯୋଗ ମିଳିଯିବ । ସର୍ବପ୍ରଥମେ ମୁଁ ଏନ୍ସିସିର ସମସ୍ତ ପୂର୍ବତନ ଏବଂ ବର୍ତମାନର କ୍ୟାଡେଟ୍ମାନଙ୍କୁ ‘ଏନ୍ସିସି ଦିବସ’ର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । କାରଣ ମୁଁ ବି ଆପଣମାନଙ୍କ ଭଳି କ୍ୟାଡେଟ୍ ଥିଲି ଏବଂ ମନରେ ଆଜି ବି ନିଜକୁ କ୍ୟାଡେଟ୍ ବୋଲି ଗ୍ରହଣ କରେ । ଏକଥା ତ ଆମେ ସମସ୍ତେ ଜାଣିଛୁ ଯେ ଏନ୍ସିସି ଅର୍ଥାତ୍ ନ୍ୟାସନାଲ କ୍ୟାଡେଟ କ୍ରପ୍ସ । ବିଶ୍ୱର ସବୁଠାରୁ ବଡ଼ ସଂଗଠିତ ଯୁବ ସଂଗଠନ ମଧ୍ୟରୁ ଭାରତର ଏନ୍ସିସି ଅନ୍ୟତମ । ଏହା ଏକ ତ୍ରିସେବା ସଂଗଠନ ଯେଉଁଥିରେ ପଦାତିକ ବାହିନୀ, ନୌବାହିନୀ ଏବଂ ଆକାଶବାହିନୀ ତିନୋଟିଯାକ ରହିଛି । ନେତୃତ୍ୱ, ଦେଶଭକ୍ତି, ସମର୍ପିତ ସେବା, ଶୃଙ୍ଖଳା, କଠିନ ପରିଶ୍ରମ ଏସବୁଗୁଡ଼ିକୁ ନିଜ ଚରିତ୍ରର ଅଂଶ କରିବା, ନିଜ ଅଭ୍ୟାସରେ ପରିଣତ କରିବାର ଏକ ରୋମାଂଚକର ଯାତ୍ରା ହେଉଛି – ଏନ୍ସିସି । ଏହି ଯାତ୍ରା ବିଷୟରେ ଆହୁରି କିଛି ଅଧିକ କଥା ହେବାପାଇଁ ଆଜି ଫୋନକଲ୍ ମାଧ୍ୟମରେ କିଛି ଯୁବକ ଯୁବତୀଙ୍କ ସହ କଥାହେବା ଯେଉଁମାନେ ଏନ୍ସିସିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ