ସୁପ୍ରିମକୋର୍ଟ ବିଚାରପତିଙ୍କୁ ରୋଷ ଘରକୁ ଛଡ଼ା ଗଲାନି

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏନ୍‌.ଭି. ରମଣଙ୍କୁ ଆଜି ମନ୍ଦିର ଭିତରେ ଦୁର୍ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବିଚାରପତି ରୋଷଘର ଦେଖିବାକୁ ଚାହୁଁଥିଲେ । ତେବେ ଦାୟିତ୍ୱରେ ଥିବା ଜଗନ୍ନାଥ ଟେମ୍ପୁଲ୍ ପୁଲିସ (ଜେଟିପି) ଶରତ ଦାସ ବିଚାରପତିଙ୍କୁ ଏଥି ପାଇଁ ବାରଣ କଲା ପରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ବିଚାରପତି ଏହି ଘଟଣାକୁ ନେଇ ବିରକ୍ତି ପ୍ରକାଶ କରିବା ସହିତ ଦର୍ଶନ ସାରି ଫେରିଯାଇଥିଲେ । ତେବେ ବିଚାରପତି ବିରକ୍ତି ହୋଇଥିବା ଜଣାପଡ଼ିବା ପରେ ପୁରୀ ଜିଲ୍ଲାପାଳ ଓ ଏସ୍ପି ବିଚାରପତିଙ୍କ ପାଖରେ ପହଞ୍ଚି ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରା ସଂପର୍କରେ ବୁଝାଇବା ସହିତ ଭୁଲ ବୁଝାମଣା ପାଇଁ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି । ଜଷ୍ଟିସ ଏନ୍‌.ଭି. ରମଣ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ପ୍ରୋଟକଲରେ ବିଚାରପତିଙ୍କୁ ନିଆଯାଇଥିଲା । ସାଥିରେ ପ୍ରୋଟକଲ୍ ଅଫିସର ଓ ଅନ୍ୟ ଅଧିକାରୀମାନେ ଥିଲେ । ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଜଷ୍ଟିସ ମନ୍ଦିର ପରିକ୍ରମା କରିଥିଲେ । ଏହି ସମୟରେ ରୋଷଘର କରିଡର ବାହାରୁ ଦେଖିବାକୁ ଚାହିଁଥିଲେ । ତେବେ ସେଠାରେ ଦାୟିତ୍ୱରେ ଥିବା ଜଣେ ଜେଟିପି ଏବେ ରୋଷଘରେ କିଛି ରୋଷେଇ ହେଉନାହିଁ କ’ଣ ଦେଖିବେ ବୋଲି ପାଲଟା ପ୍ରଶ୍ନ କରିଥିଲେ । ରୋଷ ଘରକୁ ଯାଇ ହେବ ନାହିଁ ବୋଲି ବିଚାରପତିଙ୍କୁ ସିଧା ମନା କରି ଦେଇଥିଲେ । ଏହାକୁ ନେଇ ବିଚାରପତି ସଂପୃକ୍ତ ଜେଟିପିଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ ଫେରିଯାଇଥିଲେ । ତେବେ ରୋଷଘରକୁ ଯାଇ ପାରିନଥିବାରୁ ଜଷ୍ଟିସ୍ ଅସନ୍ତୁଷ୍ଟ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ