ସୁଭଦ୍ରା ଶକ୍ତି ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସତ୍ୟବାଦୀ ବ୍ଲକରେ ବ୍ଲକ ସ୍ତରୀୟ “ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା” ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ ମା’ ଓ ଭଉଣୀମାନଙ୍କର ନିଜ ହାତରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପାରମ୍ପରିକ ଓଡିଆ ଖାଦ୍ୟର ରୁଚି ଉପରେ ପରଖି ଥିଲେ। ବିଭିନ୍ନ ଷ୍ଟଲ ବୁଲିବା ବେଳେ କହିଥିଲେ ଅନୁଭବ କେବଳ ଏକ ଖାଦ୍ୟ ରସାସ୍ୱାଦ ନୁହେଁ, ବରଂ ଏହା ଥିଲା ଆମ ସଂସ୍କୃତି, ଐତିହ୍ୟ ଓ ନାରୀ କୌଶଳର ଏକ ଉଜ୍ଜ୍ୱଳ ପ୍ରତିବିମ୍ବ।ମୋ ପାଇଁ ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଗର୍ବର ଅନୁଭବ କରୁଛି। ନାରୀମାନେ କେତେ ଦକ୍ଷ, ସୃଜନଶୀଳ ଓ ଦୃଢ଼, ତାହା ଏହି ମଞ୍ଚରେ ଆଉଥରେ ପ୍ରମାଣିତ ହୋଇଛି। ବିଧାୟକ ଙ୍କ ସହିତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ରହିଥିଲେ।