ସୁମିତ୍ରାଙ୍କୁ ସହାୟତାର ହାତ ବଢ଼ାଇଲା କଳ୍ପନା ଛକ ଟୋକା ସଂଘ
ଭୁବନେଶ୍ୱର, (ୱାଇଏନ୍ଏସ୍): କଳ୍ପନା ଛକ ଟୋକା ସଂଘ ପକ୍ଷରୁ ସ୍ଥାନୀୟ ଉତ୍କଳ ସାମ୍ବାଦିକ ସଂଘ ଠାରେ ସମାଜମଙ୍ଗଳ ହୁଣ୍ଡିର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀ, ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବିକା ତଥା ପୂର୍ବତନ କର୍ପୋରେଟର୍ ପ୍ରୀତିନନ୍ଦା ରାଉତରାୟ, ବିଜେଡି ଯୁବ ସଂପାଦକ ଅମରେଶ ଜେନା, ସମାଜସେବିକା ଡ. ବନ୍ଦନା ହରିଚନ୍ଦନ, ମୋନାଲିସା ରଥ, ସଭାପତି ଧୀରେନ୍ ରାଉତରାୟ, ଡ. ଅଶିତ୍ ଦାସ, ସମାଜସେବିକା ମୀରା ପରିଡ଼ା, ସମାଜସେବିକା ମନସ୍ୱିନୀ ଜେନା, ଲିପିକା ରାୟ, ସଦାଶିବ ଜେନା, ସମାଜସେବିକା ଲଗ୍ନାଦିପା ମିଶ୍ର, ଅଭିନେତା ସଂଜୟ କୁମାର ମାଝୀ, ବାପି ମହାନ୍ତି, ସସ୍ମିତା ଦାସ, ମୋନାଲିସା ରଥ ପ୍ରମୁଖ ଯୋଗଦେଇ ମାନବ ସେବା ହିଁ ମାଧବ ସେବା ଓ ଅସହାୟ, ପୀଡ଼ିତ, ଦୁଃବ୍ୟାଧିରେ ଜର୍ଜରିତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କଲେ ଈଶ୍ୱରଙ୍କ ଆଶିର୍ବାଦ ପ୍ରାପ୍ତ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲା ବରି ଅନ୍ତର୍ଗତ କର୍କଟ ରୋଗରେ ପୀଡ଼ିତା ସୁମିତ୍ରା ଜେନାଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ଅର୍ଥରାଶି ୨୪ହଜାର ୫ଶହ ଟଙ୍କା ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରି ପ୍ରତିଷ୍ଠାତା ନାରାୟଣ ଓଝା ସମାଜମଙ୍ଗଳ ହୁଣ୍ଡିର ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ଆଲୋକପାତ କରିବା ସହିତ ସମାଜମଙ୍ଗଳ ହୁଣ୍ଡି ପ୍ରତି ସ୍ଥାନରେ ସ୍ଥାପିତ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କରୋନାରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସାମ୍ବାଦିକ ଟିକନ ବିଶ୍ୱରଂଜନ ମିଶ୍ର, ଯୁବ ସାମ୍ବାଦିକ ଓ ମୁଖପାତ୍ର ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅରବିନ୍ଦ ତ୍ରିପାଠୀ, ମହିଳା ସାମ୍ବାଦିକା ଐଶ୍ୱର୍ଯ୍ୟା ପରିଜା, ସମାଜସେବୀ ନାରାୟଣ ଖୁଂଟିଆ, ଡ. ବନ୍ଦନା ହରିଚନ୍ଦନ ପ୍ରମୁଖଙ୍କୁ ରିଅଲ୍ ଫାଇଟର ଆୱାର୍ଡ ୨୦୨୦ରେ ସମ୍ମାନିତ କରାଯାଇଥିଲା । ସଭାପତି ଧୀରେନ୍ ରାଉତରାୟ ସଭାର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିବା ଉପରେ ଧନ୍ୟବାଦ ଅର୍ପଣ କରିଥିଲେ ସଂପାଦକ ଶିବଶଙ୍କର ଡାକୁଆ । କାର୍ଯ୍ୟକ୍ରମକୁ ପ୍ରମୁଖ ସହାୟତା କରିଥିଲେ ତନ୍ମୟ ସାମନ୍ତରାୟ, ଦୀପକ ବାରିକ, ମାନସ ରଂଜନ ସାହୁ, ଚିତରଂଜନ ଦାସ, ବର୍ଷା ଦାସ, ସ୍ନିଗ୍ଧା ମହାନ୍ତି, ମଂଟୁ ପତ୍ରି, ବିଜୟ ମଲ୍ଲିକ, ରାଜକୁମାର ପ୍ରମୁଖ ।