ସୁରକ୍ଷାକର୍ମୀ ଗୁଳିରେ ୨ ମାଓବାଦୀ ମୃତ
ଛତିଶଗଡର ବିଜାପୁର ଜିଲ୍ଲାରେ ପାମେଡ ଅଂଜଳରେ ସୁରକ୍ଷାକର୍ମୀ ଓ ମାଓବାଦୀ ମାନଙ୍କ ଗୁଳିବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ସୁରକ୍ଷାକର୍ମୀଗୁଳିରେ ୨ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା କଥା ଏସପି ଗୋବର୍ଦ୍ଧନ ଠାକୁର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ପାମେଲ ଜଙ୍ଗଲରେ ମାଓବାଦୀ ମାନେ ସଭା କରିଥିଲେ । ପୋଲିସ ଓ ଗ୍ରେହଣ୍ଡ ଫୋର୍ସ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ମାଓବାଦୀ ମାନେ ପୋଲିସ ଓ ସୁରକ୍ଷାକର୍ମୀ ଉପରକୁ ଗୁଳି ଚାଳନା କରିଥô୍ଲେ ଏହାର ପାଲଟା ଯବାବ ଯବାନମାନେ ଦେଇଥିଲେ । ଯବାନ ଗୁଳିରେ ୨ ମାଓବାଦୀ ନିହତ ହୋଇଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।