ସୁରକ୍ଷା ଅନୁଷ୍ଠାନ ପକ୍ଷରୁ ମାସ୍କ୍,ସାବୁନ ଓ ରନ୍ଧାଖାଦ୍ୟ ବଣ୍ଟନ
ମୋହନା, (ଅଂଶୁମାନ ପଣ୍ଡା): ବିଭିନ୍ନ ଅଂଚଳରେ ବିଭିନ୍ନ ସ୍ୱେଚ୍ଛାସେବୀମାନେ ଏହି ଘଡ଼ିସନ୍ଧି ସମୟରେ କରୋନା ଭୂତାଣୁକୁ ରୋକିବା ଦିଗରେ ସହାୟତାର ହାତ ବଢ଼ାଇଛନ୍ତି । ସେହିପରି ଗଜପତି ଜିଲ୍ଲା ମୋହନା ବ୍ଲକ୍ରେ ସହାୟତାର ହାତ ବଢ଼ାଇଛନ୍ତି ସୁରକ୍ଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି ବ୍ଲକ୍ରେ ମାସ୍କ୍, ସାବୁନ ସହିତ ରନ୍ଧା ଖାଦ୍ୟ ଅସହାୟତ ଲୋକ ତଥା ଗରିବଶ୍ରେଣୀର ଲୋକମାନଙ୍କୁ ବଂଟନ କରିଛି । ଏହି ବ୍ଲକ୍ର ପାଣିଗଣ୍ଡା ପଂଚାୟତର ତୁରାଣିପାଣିଗାଁରେ ସୁରକ୍ଷା ଅନୁଷ୍ଠାନ ପାରଳାଖେମୁଣ୍ଡି ପକ୍ଷରୁ ଗ୍ରାମର ୨୦୦ ପରିବାରକୁ ସ୍ୱେଚ୍ଛାସେବୀ ଦିଲ୍ଲୀପ କୁମାର ନାୟକ, ସରପଂଚ ଜଗଦଳବେହେରାଙ୍କ ଉପସ୍ଥିତିରେ ଲୋକମାନଙ୍କୁ ମାସ୍କ୍, ସାବୁନ, ରନ୍ଧା ଖାଦ୍ୟ ବାଂଟିବା ସହ ଲୋକଙ୍କୁ ଏହି କରୋନା ଭୂତାଣୁ ବିଷୟରେ ସଚେତନତା କରାଯାଇଥିଲେ । ସେହି ପରି କଟାମା ପଂଚାୟତର କିଛି ଗ୍ରାମରେ ମଧ୍ୟ ଏହି ସହାୟତା କାର୍ଯ୍ୟକ୍ରମ ଜାରି ରହିଥିଲା ।