ସୁରକ୍ଷା ନେଇ ଚାଲିଛି ସ୍ୱତନ୍ତ୍ର ଡ୍ରାଇଭ୍
ଛତ୍ରପୁର, (ଦେବଦତ୍ତ ମହାରଣା) :-ଅଗ୍ନିଶ୍ରମ ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଗତ ୭ ତାରିଖ ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ । ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଧନଜୀବନ ସୁରକ୍ଷା ନେଇ ତଦାରଖ କରାଯାଉଥିବା ବେଳେ ସ୍ୱତନ୍ତ୍ର ତିନିଦିନିଆ ଡ୍ରାଇଭ ମାଧ୍ୟମ କଡାକଡି ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ ମାନେ । ଏହି ଡ୍ରାଇଭ୍ ମାଧ୍ୟମରେ ୨୯ ଟି ଗ୍ୟାସ ଡିପୋ କୁ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପରିଦର୍ଶନ କରି ଗ୍ୟାସ ଡିପୋ ଗୁଡିକରେ ଅଗ୍ନି ନିରାପତ୍ତା ଯନ୍ତ୍ର ସହ ସମସ୍ତ ସୁରକ୍ଷା ସଠିକ୍ ଭାବେ ଅଛି କି ନାହିଁ ତାହାର ତଦାରଖ କରାଯାଇଥିବା ବେଳେ ଆଜି ୩୭ ଟି ପେଟ୍ରୋଲ ପମ୍ପ ଗୁଡିକର ମଧ୍ୟ ଯାଞ୍ଚ କରାଯାଇଛି । ରବିବାର ବଡ ବଡ ସପିଙ୍ଗ ମହଲ ସମେତ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ଯାଂଚ କରାଯିବ ବୋଲି ଛତ୍ରପୁର ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତି ସୂଚନା ଦେଇଛନ୍ତି । ବିଭିନ୍ନ ସ୍ଥାନରେ ସୁରକ୍ଷା ପାଇଁ ଲାଗିଥିବା ସାମଗ୍ରୀ ଗୁଡିକର ତଦାରଖ କରିବା ସହିତ ସପିଙ୍ଗ ମହଲ ଆଦି ସ୍ଥାନରେ ଆର୍ଥିଙ୍ଗ ବ୍ୟବସ୍ଥା ଠିକ୍ ଅଛି କି ନାହିଁ ଫାୟାର ଫାଷ୍ଟିଙ୍ଗ ଏକ୍ସିଟୁଙ୍ଗିସର ଅଛି କି ନାହିଁ ଏହାର ତଦାରଖ କରାଯାଉଛି । ମହଲ ମାନଙ୍କରେ ଉଚ୍ଛତାକୁ ଆଧାର କରି ଫାୟାର ସୁରକ୍ଷା ପାଇଁ ସାମଗ୍ରୀ ରହିଛି କି ନାହିଁ ତାହାର ମଧ୍ୟ ତଦାରଖ କରାଯାଉଛି । ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଅନ୍ତରୀଣ ସମୟରେ ଏଭଳି କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନତା କରାଯାଉଥିବା ଆସିଷ୍ଟାଣ୍ଡ ଫାୟାର ଅଫିସର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।