ସୁରକ୍ଷିତ ସୋସିଆଲ୍ ସାଇଟ୍ସ ପାଇଁ ଟିପ୍ସ

ସର୍ବଦା ନିଜର ସୋସିଆଲ୍ ସାଇଟ୍ସ୍ ପାଇଁ ଷ୍ଟ୍ରଙ୍ଗ ପାସୱାର୍ଡ ବ୍ୟବହାର କରନ୍ତୁ । ପାସୱାର୍ଡ ପାଇଁ ନମ୍ବର, ଲେଟର, ସ୍ପେଶିଆଲ କ୍ୟାରେକ୍ଟର ଆଦିର ମିଶ୍ରଣକୁ ବ୍ୟବହାର କରନ୍ତୁ । ବିଭିନ୍ନ ସୋସିଆଲ୍ ସାଇଟ୍ସ୍ ପାଇଁ ଭିନ୍ନ ଭିନ୍ନ ପାସୱାର୍ଡ ବ୍ୟବହାର କରନ୍ତୁ । ଯଦି ମୋବାଇଲ୍ରେ କୌଣସି ସୋସିଆଲ୍ ସାଇଟ୍ସ୍ ଆପ୍ ଇନ୍ଷ୍ଟଲ କରିଛନ୍ତି ତେବେ ମୋବାଇଲକୁ ପାସୱାର୍ଡ ଦ୍ୱାରା ଲକ୍ କରି ରଖନ୍ତୁ । କୌଣସି ସୋସିଆଲ୍ ସାଇଟ୍ସ୍କୁ ବ୍ୟବହାର କରିସାରିବା ପରେ ଲଗ୍ ଆଉଟ କରନ୍ତୁ ।କେବଳ ଜଣାଶୁଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ହିଁ ଆକ୍ସେପ୍ଟ କରନ୍ତୁ ।ଅଜଣା ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍ସେପ୍ଟ କରିବା ପୂର୍ବରୁ ବ୍ୟକ୍ତିଙ୍କ ପ୍ରୋଫାଇଲ ଏବଂ ପୋଷ୍ଟକୁ ଭଲ ଭାବେ ଯାଞ୍ଚ କରିନିଅନ୍ତୁ ।ସୋସିଆଲ୍ ସାଇଟ୍ସରେ ଆସିଥିବା କୌଣସି ଅଜଣା ଲିଙ୍କ୍କୁ କ୍ଲିକ୍ କରନ୍ତୁ ନାହିଁ । ଏହା ଦ୍ୱାରା ପ୍ରୋଫାଇଲ ହ୍ୟାକ୍ ହେବାର ସମ୍ଭାବନା ଥାଏ ।ନିଜର କୌଣସି ବ୍ୟକ୍ତିଗତ ସୂଚନା ବା ଡାଟା ସୋସିଆଲ୍ ସାଇଟ୍ସରେ ଶେୟାର କରନ୍ତୁ ନାହିଁ ।ଅଜଣା ବ୍ୟକ୍ତିଙ୍କ ସହ ଭିଡିଓ ଚାର୍ଟ ବା ଭଏସ୍ ଚାର୍ଟ କରିବାଠାରୁ ନିବୃତ୍ତ ରୁହନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ