ସୁରତରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କପଡ଼ା ବଜାର
ସୁରତ : ସୁରତର ରଘୁବୀର ଟେକ୍ସଟାଇଲ୍ ମାର୍କେଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳ ବାହିନୀର କର୍ମଚାରୀମାନେ ୫୭ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରୁଥିବାର ଜଣାପଡିଛି । ତେବେ ଏହି ଘଟଣାରେ କୌଣସି ଜୀବନ ହାନି ହୋଇନଥିବାବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ୧୦ ମହଲା ବିଶିଷ୍ଟ କପଡ଼ା ବଜାରରେ ନିଆଁ ଲାଗିବାର କାରଣ ସମ୍ପର୍କରେ ଜଣାପଡିନଥିବାବେଳେ ଏହି ଘଟଣାର ଯାଞ୍ଚ ଚାଲିଛି । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଧନ-ଜୀବନ ନଷ୍ଟ ହୋଇଥିଲା ।


