ସୁରତ ଫେରନ୍ତାଙ୍କ କରୋନାରେ ମୃତ୍ୟୁ
ପତ୍ନୀ ଓ ପୁଅ ୭ ଦିନିଆ ଆଇସୋଲେସନରେ
ଗଞ୍ଜାମ, (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମରେ ଜଣେ ସୁରତ ଫେରନ୍ତାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପ୍ରମୋଦ କୁମାର ପ୍ରଧାନ (୪୨) । ପ୍ରମୋଦ ସୁରତ ଓ ଅହମ୍ମଦାବାଦରେ ଆର୍ୟୁବେଦିକ ଔଷଧ ବିକ୍ରୀ କରୁଥିବା ବେଳେ ୧୫ ଦିନ ପୂର୍ବେ ସପରିବାରେ ନିଜ ଗାଁକୁ ଫେରିଥିଲେ । ତେବେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ୭ ଦିନ ପୂର୍ବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସ୍ୱାବ୍ ନମୂନା ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତେବେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ପତ୍ନୀ ଓ ପୁଅଙ୍କୁ ଭୁବନେଶ୍ୱରରେ ୭ ଦିନିଆ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି ।


