ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପିପିଲି ପ୍ରଚାରକୁ ଓହ୍ଲାଇବେ ନବୀନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ପିପିଲି ଉପନିର୍ବାଚନ ରଣନୀତି ନେଇ ବରିଷ୍ଠ ନେତା ପ୍ରତାପ ଦେବଙ୍କ ବାସଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ତାରିଖ ଧାର୍ଯ୍ୟ ହୋଇ ନାହିଁ । ପ୍ରତାପ ଦେବଙ୍କ ଘରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଉମା ସାମନ୍ତରାୟଙ୍କ ସମେତ ଡେଲାଙ୍ଗ-ପିପିଲିର ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ଉପନିର୍ବାଚନ ରଣନୀତି ନେଇ ବିଚାରବିମର୍ଶ ହୋଇଛି । ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ନିଆଯିବ । ହାତରେ ଆଉ ଅଳ୍ପ ଦିନ ରହିଲା । ଭଲ ବ୍ୟବଧାନରେ ପିପିଲିରେ ବିଜେଡି ବାଜିମାତ କରିବ ବୋଲି ଦଳ ଦୃଢ଼ମନା ରହିଛି ।ଏବେ ପିପିଲିରେ ପ୍ରଚାର ଜୋରଦାର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ