ସୁରଭି ତରଫରୁ ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଗଞ୍ଜାମର ସୁଦୀପଙ୍କୁ

ସମ୍ବର୍ଦ୍ଧନା ବ୍ରହ୍ମପୁର,(ଅନିଲ କୁମାର):ଜିଲ୍ଲା ସାମ୍ୱାଦିକ ସଂଘ ଗଞ୍ଜାମ ସଭାପତି ସୁଦୀପ କୁମାର ସାହୁ ଙ୍କୁ ଗୋଇଲୁଣ୍ଡି ଠାରେ ସ୍ବେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ସୁରଭି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଭାବରେ ସାହୁ ଏପରି ଦାୟିତ୍ଵ ଗ୍ରହଣ କରିଥିବାରୁ ତାଙ୍କୁ ଏପରି ସମ୍ମାନୀତ କରାଯାଇଥିଲା ।ସୁରଭି ର ସଭାନେତ୍ରୀ ଉଷା ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦିକା ପୁଷ୍ପାଞ୍ଜଳି ମହାପାତ୍ର, କୋଷାଧ୍ୟକ୍ଷ ଅହଲ୍ୟା ପଟ୍ଟନାୟକ, ରିନା ମହାପାତ୍ର, ମମତା ସ୍ୱାଇଁ ଜ୍ୟୋତୀ ବ୍ରହ୍ମା, ସୁନୀତା ପଣ୍ଡା , ସସ୍ମିତା ଡାକୁଆ , ସୁଜାତା ମହାପାତ୍ର ଙ୍କ ସମେତ ବହୁ ସଦସ୍ୟା ଏହି ଅବସରରେ ଉପସ୍ଥିତ ରହି ସାମ୍ୱାଦିକ ସଂଘ ସଭାପତି ସାହୁ ଙ୍କୁ ପୁଷ୍ପ ଗୁଛ ଆଉ ଉପଢ଼ୋକନ ପ୍ରଦାନ୍ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସଭାପତି ସାହୁ ଏପରି ସମ୍ମାନ ଲାଗି ସୁରଭି ର ସମସ୍ତ କର୍ମକର୍ତ୍ତା ଙ୍କୁ କୃତଜ୍ଞତା ଜଣାଇଥିଲେ। ସୂଚନା ଯୋଗ୍ୟ ସାମ୍ୱାଦିକ ସଂଘ ସଭାପତି ସାହୁ ଉତ୍କଳ ଟିଭି ଆଉ ଅନୁପମ ଭାରତ ରେ ପ୍ରାୟ ୨୫ବର୍ଷ ରୁ ଉର୍ଦ୍ଧ ସମୟ ଧରି ସାମ୍ବାଦିକତା କରି ଆସିବା ସହ ସମାଜ ସେବା କାର୍ଯ୍ୟରେ ମଧ୍ଯ ନିୟୋଜିତ ଅଛନ୍ତି, ବିଶେଷ କରି ରକ୍ତ ଦାନ,ବୃକ୍ଷ ରୋପଣ ଆଉ ଅସହାୟ ପରିବାରଙ୍କୁ ସହ ଯୋଗ ଦେବା ଲାଗି ସେ ବହୁ ସ୍ବେଛାସେବୀ ଅନୁଷ୍ଠାନ ସହ ଜଡ଼ିତ ରହିଛନ୍ତି ।ଗଞ୍ଜାମ ଜିଲ୍ଲାରେ କଳା,ସାହିତ୍ୟ ଆଉ ସାଂସ୍କୃତିକ ର ବିକାଶ ଲାଗି ମଧ୍ଯ ଖବର ପ୍ରକାଶ କରିବା ସହ ବହୁ ସାଂସ୍କୃତିକ ଅନୁଷ୍ଠାନ ଆଉ ସ୍ବେଛାସେବୀ ଅନୁଷ୍ଠାନ ସହ ଜଡ଼ିତ ରହି ସେବା କରି ଆସୁଛନ୍ତି, ସଭାପତି ସାହୁ ଜଣେ ଗାୟକ ,ଲେଖକ, ସଂଯୋଜକ, ଓକିଲ ଆଉ ଅଭିନେତା ଭାବରେ ମଧ୍ୟ ସୁନାମ ଅର୍ଜନ କରି ଆସିଛନ୍ତି, ସାମ୍ୱାଦିକ ସାହୁ ଙ୍କ ଏପରି କାର୍ଯ୍ୟ ଲାଗି ତାଙ୍କୁ ୫୦୦ରୁ ଉର୍ଦ୍ଧ ସମ୍ମାନ ଗଞ୍ଜାମ ଜିଲ୍ଲା ,ବ୍ରହ୍ମପୁର ସମେତ ରାଜ୍ୟ ଆଉ ଆନ୍ତ ରାଜ୍ୟ ସ୍ତରରେ ମଧ୍ୟ ବହୁ ସମ୍ମାନ ମିଳିଛି , ଆଗକୁ ମଧ୍ୟ ସାମ୍ୱାଦିକ ଙ୍କ ବିକାଶ ଲାଗି ସହଯୋଗ କରିବା ସହ କଳା ର ବିକାଶ ଲାଗି ନିଜର ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ