ସୁରେନ୍ଦ୍ର କୁମାର ଜେନା ହାଟଡିହି ବ୍ଲକ ବିଜେଡି ସଭାପତି

ହାଟଡ଼ିହି- : ୩୬ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା ହାଟଡିହି ବ୍ଲକ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ବସନ୍ତ କୁମାର ପଢ଼ିଆରୀଙ୍କ ଉପସ୍ଥିତିରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସମସ୍ତର ବିଜେଡି ପଞ୍ଚାୟତ ସଭାପତି ମାନେ ଉପସ୍ଥିତ ଥିଲେ । ଏକମାତ୍ର ପ୍ରାର୍ଥୀ ଭାବେ ସୁରେନ୍ଦ୍ର କୁମାର ଜେନା ନାମାଙ୍କନପତ୍ର ଦାଖଲ କରିବାରୁ ସେ ନିଦ୍ୱନ୍ଦରେ ବ୍ଲକ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀ ଜେନା ସଭାପତି ଭାବେ ନିର୍ବାଚିତ ହେବାପରେ ତାଙ୍କୁ ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନା, ବିଶ୍ୱନାଥ ନାୟକ, ପ୍ରତାପ ଦେଓ, ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର ବିଶ୍ୱାଳ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବିଜୟ କୁମାର ରାଉତ, ରବିନ୍ଦ୍ର ନାୟକ, ବଳରାମ ସାହୁ, ଭୀମସେନ ପେରେଇ, ରାମଚନ୍ଦ୍ର ଦାସ, ଶ୍ରୀପତି ନନ୍ଦ, ଅମରେନ୍ଦ୍ର ଧଳ, ଶ୍ରୀଧର ବେହେରା, ଆନନ୍ଦ ମହାନ୍ତି, ବୈଦ୍ୟନାଥ ସାମଲ, ଶଶାଙ୍କ ଶେଖର ପୁହାଣ, ପ୍ରଶାନ୍ତ ରାଉତ, ଆପଲ ନାୟକଙ୍କ ସମେତ ସମସ୍ତ ପଞ୍ଚାୟତ ସଭାପତି ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୁରେନ୍ଦ୍ର କୁମାର ଜେନା ବ୍ଲକ ସଭାପତି ଭାବେ ନିର୍ବାଚିତ ହେବାପରେ ସେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଓ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ