ହାଟଡିହିରେ ଜାତୀୟ କୃମି ନାଶକ ଦିବସ କର୍ମଶାଳା

ହାଟଡ଼ିହି- : ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକ ସଭାଗୃହ ଠାରେ ଜାତୀୟ କୃମି ନାଶକ ଦିବସ ଉପଲକ୍ଷେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ, ବିଇଓ କ୍ଷୀରୋଦନ୍ଦ୍ର ତ୍ରିପାଠୀ, ଡାକ୍ତର ସଂଗ୍ରାମ ବ୍ରହ୍ମ, ଏବିଇଓ ସୁରେଶ କୁମାର ଜେନା, ବିପିଏମ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଗାମି ୧୦ତାରିଖଦିନ ଜାତୀୟ କୃମି ନାଶକ ଦିବସ ପାଳନ କରାଯିବା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଦିନରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଲବାନଡାଓବାଲ ବଟିକା ଓ ସିରପ ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୁଚନା ଦେଇଥିଲେ । ଏହିଦିନ ଯଦି କେହି ଛାତ୍ର୍ରଛାତ୍ରୀ ଅନୁପସ୍ଥିତ ରୁହନ୍ତି ତେବେ ସେମାନଙ୍କୁ ଆସନ୍ତା ୧୭ତାରିଖଦିନ ବଟିକା ଓ ସିରପ ଦେବାପାଇଁ ସୁଚନା ଦେଇଥିଲେ । ଏହି କର୍ମଶାଳାରେ ବ୍ଲକରେ କାର୍ଯ୍ୟରତ ସମସ୍ତ ସିଆରସିସି, ଅଙ୍ଗନବାଡି କର୍ମୀ, ପରିଦର୍ଶିକା ମାନେ ଉପସ୍ଥିତ ଥିଲେ । ଆକାଉଟାଣ୍ଟ କୈଳାଶ ଚନ୍ଦ୍ର ସାହୁ, ବିଡିଏ ପ୍ରଦୀପ ଦାସ ଓ ରତିକାନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ