ସୁର ଭାଇଙ୍କ ୭୯ତମ ଜନ୍ମ ଉତ୍ସବ ପ୍ରସ୍ତୁତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବରିଷ୍ଠ ବିଧାୟକ, କଂଗେସ ନେତା ଜନମାନସରେ ପ୍ରତିଷ୍ଠିତ, ସମସ୍ତଙ୍କ ପ୍ରୀୟ ସୁର ଭାଇ ତଥା ସୁରେଶ କୁମାର ରାଉତରାୟଙ୍କ ୭୯ତମ ଜନ୍ମ ଉତ୍ସବ ଆସନ୍ତା ଅଗଷ୍ଟ ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନ ବିଏମ୍ସି ହସ୍ପିଟାଲ, ଜଟଣୀ ହସ୍ପିଟାଲରେ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଂଟନ, ମାଉସିମା ଛକଠାରେ ଭଜନ ସମାରୋହ ଓ ରକ୍ତଦାନ ଶିବିର କରାଯିବ । ସେହିପରି ରାମେଶ୍ୱର ପାର୍କଠାରେ ଏକ ବନ୍ଧୁ ମିଳନ ହେବା ସହ ରାତିରେ ମେଲୋଡି ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି । ଜୟନ୍ତୀ କମିଟିର ସଭାପତି ଦିଲ୍ଲୀପ ମିଶ୍ର, ଆବାହାକ ଜୟକୃଷ୍ଣ ମଲିଆ, ବିଷ୍ଣୁ ପ୍ରସାଦ ମୁଦୁଲି, କପିଳ ପଣ୍ଡା, ଡ. ଲିଙ୍ଗରାଜ ସାହୁ, କୁଞ୍ଜବିହାରୀ ସ୍ୱାଇଁ, ପ୍ରକାଶ ଜେନା, ଯୋଗିନାଥ ନାୟକ, ଗିରିଜା ଶଙ୍କର ମହାପାତ୍ର, ଧିରଜ କୁମାର ମହାପାତ୍ର, ଗଦାଧର ଦାସ, ବିଜୟ ଦ୍ୱିବେଦୀ, ମାନସ ଆଚାର୍ଯ୍ୟ, ଶ୍ରୀବତ୍ସ ପତି, ବାବନ ଚନ୍ଦ୍ର ପଢ଼ିହାରୀ, ତପନ ମହାସୁଆର, ରମେଶ ମହାପାତ୍ର, ମନୋରଞ୍ଜନ ବଟୁ, ଗୋପାଳ ପଟ୍ଟନାୟକ, ଜିତେନ୍ଦ୍ର ମହାନ୍ତି, ଶରତ କୁମାର ମଲିଆ, ବିକ୍ରମ ସୁନ୍ଦରାୟ, ନିଳମଣି ମିଶ୍ର, ମନୋରଞ୍ଜନ ମଲିଆ, ତ୍ରିଲୋଚନ ପ୍ରଧାନ, ଅନାମ ଚରଣ ସେନାତି, ସୁଧାଂଶୁ ମୋହନ ପଟ୍ଟନାୟକ, ସଞ୍ଜବ କୁମାର ହୋତା, ଅକ୍ଷୟ କୁମାର ମଲିଆ, ଧୁରନ୍ଧର ପ୍ରଧାନ ଓ ଶତାଧିକ ଯୁବକ ସାମିଲ ହୋଇଥିଲେ ।