ସୁଲଣ ଓ ବାଙ୍ଗୋର, ଇଞ୍ଚୋଳ ପଞ୍ଚାୟତରେ ବୁଲିଲା ଅର୍ପଣ ରଥ, ଭକ୍ତିର ଗୁଆ ଅରୁଆ ଚାଉଳ ସଂଗ୍ରହ

ହାଟଡିହି, (ବିକାଶ ବିଶ୍ୱାଳ ) : ପୁରୀ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଲାଗି ସମଗ୍ର ରାଜ୍ୟରେ ବୁଲୁଥିବା ଅର୍ପଣ ରଥ ଆଜି ହାଟଡିହି ବ୍ଲକର ଇଞ୍ଚୋଳ, ବାଙ୍ଗୋର, ସୁଲଣ ଆଦି ପଞ୍ଚାୟତରେ ପରିକ୍ରମା କରିଛି । ଇଞ୍ଚୋଳ ପଞ୍ଚାୟତର ଭୁତପଦା, ଅପସର, ଧାନଘର ଆଦି ଗ୍ରାମକୁ ରଥ ପ୍ରବେଶ କରିବା ପରେ ଗ୍ରାମବାସୀମାନେ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିବା ସହିତ ରଥକୁ ବନ୍ଦାପନା କରି ସ୍ୱାଗତ କରିଥିଲେ । ମହିଳାମାନେ ଘରର ସମ୍ମୁଖକୁ ଲିପାପୋଛା କରିବା ସହିତ ଝୋଟି ମୁରୁଜ ପକାଇ ଜଗନ୍ନାଙ୍କ ଚିତ୍ର ଆଙ୍କିବା ସହିତ କଳଶ ବସାଇ ଥିଲେ । ସଙ୍କିର୍ତ୍ତନ ଦଳ ସହିତ ରଥ ପରିକ୍ରମା କରାଯାଇତôଲା । ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ସଶ୍ମିତା ମହାପାତ୍ର, ପିଇଓ ଅମୁଲ୍ୟ କୁମାର ପହି, ଜିଆରଏସ ଶ୍ରୀମନ୍ତ ନାୟକ, ପୁର୍ବତନ ନାଏକ ସରପଞ୍ଚ ତଥା ସମାଜସେବୀ ବିଜୟ କୁମାର ମହାପାତ୍ର ପ୍ରମୁଖ ରଥ ସହିତ ଗ୍ରାମ ପରିକ୍ରମା କରିଥିଲେ । ସେହିପରି ସୁଲଣ ପଞ୍ଚାୟତର ସୁଲଣ, ଜଳସରପୁର, ଆବୁଲୁପୁରା, ବିରିଡି ଆଦି ଗ୍ରାମରେ ଅର୍ପଣ ରଥ ପରିକ୍ରମା କରିଛି । ଗାଁର ମହିଳାମାନେ ଗାଁ ଦାଣ୍ଡ ଓ ଘର ସମ୍ମୁଖରେ ମୁରୁଜ ପକାଇ ଓ କଳଶ ବସାଇ ଶଙ୍ଖ ହୁଳହୁଳି ଦେଇ ରଥକୁ ସ୍ୱାଗତ କରିଥିଲେ । ଯାହାଦ୍ୱାରା ଗ୍ରାମ ଗୁଡିକରେ ଏକ ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା । ସରପଞ୍ଚ ମନିସାରାଣୀ ସା, ପିଇଓ ମହେଶ୍ୱର ସାହୁ, ଜିଆରଏସ ଜଗବନ୍ଧୁ ଯେନା, ପ୍ରିତୀ ପ୍ରକାଶ ମଲ୍ଲିକ, ରଘୁନାଥ ଜେନା, ବିଜୟ ଲେଙ୍କା, ମାଧବାନନ୍ଦ ଜେନାଙ୍କ ସମେତ ସମସ୍ତ ୱାର୍ଡ ଓ ଏସଏସଜି ଗ୍ରୁପର ମହିଳୂାମାନେ ସାମିଲ ହୋଇଥିଲେ । ସେହିପରି ବାଙ୍ଗୋର ପଞ୍ଚାୟତରେ ଆଜି ଅର୍ପଣରଥ ପରିକ୍ରମା କରିଛି । ବଏହି ଅବସରରେ ଜଗନ୍ନାଥ ମନ୍ଦିରକୁ ସୁନ୍ଦର ଭାବେ ସାଜସଜା କରା ଯାଇଥିଲା । ବାଙ୍ଗୋର ଜଗନ୍ନାଥ ମନ୍ଦିର ନିକଟରୁ ରଥ ବାହାରି ବାଙ୍ଗୋର, ରଗୁଡିସାହି, ଶଙ୍ଖଣା, ନାଇକ ସାହି, ରଥ ସାହୁ, ଆଦି ଗ୍ରାମ ପରିକ୍ରମା କରାଯାଇଥିଲା । ରଥ ପରିକ୍ରମା ବେଳେ ଗ୍ରାମର ମହିଳାମାନେ ଧୂପଦ୍ୱୀପରେ ବନ୍ଦପନା କରିବା ସହିତ ଅକ୍ଷତ ଓ ଗୁଆ, ନଡିଆ ଆଦି ସମର୍ପଣ କରିଥିଲେ । ସରପଞ୍ଚ ଅଙ୍କିତା ପଢ଼ିଆରୀ, ସମିତିସଭ୍ୟା ମନୋରମା ପଣ୍ଡା, ନାଇବ ସରପଞ୍ଚ ନନ୍ଦ କିଶୋର ସାହୁ ପିଇଓ ସୁରେଶ ସେଠୀ, ବସନ୍ତ ପଢ଼ିଆରୀ, ଫେତୁ ପଣ୍ଡା, ଭାରତୀ ଝାମ୍ପୁଲା, ପିଣ୍ଟୁ ସାହୁ, ଅମୁଲ୍ୟ ନାଇକ, ସଞ୍ଜୁ ବିଶ୍ୱାଳ, ମିତା ନାଇକ, ବାପିନ ରାଉତ, ଦିଲ୍ଲିପ ସାହୁ, ମନୋରଞ୍ଜନ ପରିଡା, ଅଗନ ପଇଦାଙ୍କ ସମେତ ଶହଶହ ଲୋକ ଏହି ରଥ ପରିକ୍ରମାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ