ସୁଶାନ୍ତଙ୍କ ସ୍ୱପ୍ନ ସତ ହେଲା
କଠିନ ପରିଶ୍ରମ କରି ବଲିଉଡ୍ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଅଭିନେତାଙ୍କ ମଧ୍ୟରୁ ସୁଶାନ୍ତ ସିଂହ ରାଜପୁତ ଅନ୍ୟତମ । ଅଭିନୟ କରିବା ପାଇଁ ଦିନେ ସେ ନିଜ ଇଞ୍ଜିନିୟରିଂ କ୍ୟାରିୟରକୁ ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି । ମୁମ୍ବାଇ ଆସି ସେ ଗାଟିଏ ପରେ ଗାଟିଏ ସ୍ୱପ୍ନ ପୂରଣ କରିବାରେ ଲାଗିଛନ୍ତି । ପ୍ରକୃତ କଥା ହେଉଛି ସୁଶାନ୍ତ ୫୦ଟି “ଡ୍ରିମ୍ ଲିଷ୍ଟ’ ବା ସ୍ୱପ୍ନ ତାଲିକା ତିଆରି କରିଛନ୍ତି । ଜୀବନରେ ଏସବୁକୁ ପୂରା କରିବା ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି । ଏହି ତାଲିକାରୁ କିଛି ସ୍ୱପ୍ନକୁ ସୁଶାନ୍ତ ସେପ୍ଟେମ୍ବରରେ ପୂରା କରିଛନ୍ତି । ଯାହାର ପ୍ରମାଣ ସ୍ୱରୂପ କିଛି ଫଟା ଭିଡିଓକୁ ଇନଷ୍ଟାଗ୍ରାମରେ ସେ ତାଙ୍କର ଫ୍ୟାନ୍ଙ୍କୁ ଶେଆର୍ କରିଛନ୍ତି । ସେ ମହିଳାଙ୍କୁ ସେଲ୍ଫ ଡିଫେନ୍ସ ଶିଖାଇବା, ଆର୍ଚେରୀ ଶିଖିବା, ପ୍ଲେନ୍ ଉଡ଼ାଇବା, ଡ୍ରାଇଭିଂ ପରି ସ୍ୱପ୍ନକୁ ପୂରଣ କରିଛନ୍ତି । ଏ ସମସ୍ତକୁ ଗୋଟି ଗୋଟି କରି ସୁଶାନ୍ତ ସାଶାଲ ମିଡିଆରେ ଶେଆର୍ କରିଛନ୍ତି । ସୁଶାନ୍ତଙ୍କ ଫିଲ୍ମ “ଡ୍ରାଇଭ୍’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏଥିରେ ତାଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଅଭିନୟ କରିଛନ୍ତି । ବ୍ୟକ୍ତିଗତ ଜୀବନ କଥା କହିଲେ ବର୍ତ୍ତମାନ ସୁଶାନ୍ତଙ୍କ ନାମକୁ ରିୟା ଚକ୍ରବର୍ତ୍ତୀଙ୍କ ସହିତ ଯୋଡ଼ା ଯାଉଛି ।


