ସୁଷମା ସ୍ୱରାଜଙ୍କ ବିୟୋଗରେ ଶ୍ରଦ୍ଧାଂଜଳି ସଭା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ନାଉଗାଁ ବ୍ଳକ ଅନ୍ତର୍ଗତ ଗଗଂଦାହାଟସ୍ଥିତ ଅଚୁତ୍ୟ ଇଂରାଜୀ ମିଡୟମ ବିଦ୍ୟାଳୟ ପରିସରରେ ନାଉଗାଁ ବ୍ଳକ ବିଜେପି ଆବାହକ ନିଲୁରାମ ଜେନାଙ୍କ ସଭାପତିତ୍ୱରେ ଶୋକସଭା ଆୟୋଜନ କରାଯାଇ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ବଜପେୟୀ ସ୍ମୃତି ପରିଷଦର ସଂପାଦକ ଭିକାରୀ ସ୍ୱାଇଁ,ନାଉଗାଁ ବ୍ଳକ ଏବିଭିପି ବ୍ଲକ କୋଡିନେଟର ବିଶ୍ୱଜିତ ପାତ୍ର ବ୍ଲକ ଛାତ୍ର ସଂଗଠନର ସଂଗଠକ ଅଭିନାଶ ବିଶ୍ୱାଳ, ଯୁବନେତା ସୁନକାର ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତା ସୁଷମା ସ୍ୱରାଜ ଜଣେ ସମ୍ମନନୀୟା ଓ ସ୍ପଷ୍ଟବାଦୀ ନେତ୍ରୀ ଥିଲେ ।ଛାତ୍ର ଜୀବନରୁ ସେ ପ୍ରଥମେ ଅଖିଳ ଭାରତୀୟ ବିଦ୍ୟାଥି ପରିଷଦରୁ ରାଜନିତୀରେ ଯୋଗ ଦେଇଥିଲେ । ତକ୍ରାଳିନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀଙ୍କ ସମୟରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟକରୀ ଜଣେ ଦକ୍ଷ ମନ୍ତ୍ରୀ ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ତାଙ୍କ ବିୟୋଗରେ ଭାରତୀୟ ରାଜନୀତିରେ ଅପୂରଣୀୟ କ୍ଷତି ହୋଇଛି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ