ସୁସାହିତ୍ୟିକ, ସମାଜସେବୀ ପଦ୍ମଚରଣ ଦାଶଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ ) :  ଜଣେ ସୁସାହିତ୍ୟିକ, ସମାଜସେବୀ ତଥା ପୂର୍ବତନ ପୋଲିସ୍ ଅଫିସର୍ ପଦ୍ମଚରଣ ଦାଶଙ୍କ ଏକାଦଶାହରେ ସହଦେବଖୁଣ୍ଟା ବ୍ୟାସକବିନଗରସ୍ଥିତ ଶ୍ରୀଶ୍ରୀ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ୟାସକବି ନଗର ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଆଇନ୍ଜୀବୀ ଜିତେନ୍ଦ୍ର ଉପାଧ୍ୟାୟ ମଞ୍ଚ ଆହ୍ୱାନ କରିବା ସହ ସଭାରେ ସଂଯୋଜନା କରିଥିଲେ । ସ୍ୱର୍ଗତଃ ଦାଶଙ୍କ ପରିବାର ତରଫରୁ ତାଙ୍କର ପୁତୁରା ପ୍ରାଧ୍ୟାପକ ଡଃ. ଚନ୍ଦ୍ରଶେଖର ରଥ ନିଜ କକାଙ୍କ ଆଦର୍ଶ ଓ ସାହିତ୍ୟରେ କିଭଳି ପ୍ରଭାବିତ ଓ ଅନୁପ୍ରାଣିତ ହୋଇଥିଲେ ସେ ସମ୍ପର୍କରେ ବିଶଦ ଆଲୋଚନା କରି ସ୍ୱର୍ଗତଃ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଭିନ୍ନ ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ ଗଣ ସଂଗଠନ ତରଫରୁ ପ୍ରଫେସର ଅନନ୍ତ ପ୍ରଧାନ, ଇଂଜିନିୟର ବନମାଳୀ ନାୟକ, ‘ଧ୍ୱନି ପ୍ରତିଧ୍ୱନି’ର ସଂପାଦକ ସୃଷ୍ଟିଧର ପରିଡ଼ା, ସାହିତ୍ୟିକ ଚତୁର୍ଭୁଜ ଜେନା, ଇଂ. ପ୍ରତାପ ଚନ୍ଦ୍ର ନାୟକ, ଅକ୍ଷୟ କୁମାର ତ୍ରିପାଠୀ, ରାଜକିଶୋର ଦାସଅଧିକାରୀ, ଅଖିଳ କୁମାର ଦାସ, ଭଗବାନ ମହନୀ, ବସନ୍ତଲତା ପଟ୍ଟନାୟକ, ପୋଲିସ୍ ଅଧିକାରୀ ଅକ୍ଷୟ କୁମାର ଦାସ, ଆଇନ୍ଜୀବୀ ନିରଞ୍ଜନ ପରିଡ଼ା, ଅନନ୍ତ କୁମାର ଦାସ, ପଦ୍ମଲୋଚନ ଦତ୍ତ, ରବୀନ୍ଦ୍ର କର, ଇଂ. ଡମ୍ବରୁ ପ୍ରଧାନ, ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ‘ଲୋକଶକ୍ତି’ର ରବି ରାୟ, କବି ରମେଶ ଚନ୍ଦ୍ର ଜେନା, ଇଂ. ଶରତ ମହାପାତ୍ର ଓ ଉମାକାନ୍ତ ମହାନ୍ତି ପ୍ରମୁଖ ସ୍ୱର୍ଗତଃ ଦାଶଙ୍କ ସ୍ମୃତିଚାରଣ କରି ତାଙ୍କୁ ଜଣେ ସୁସଂଗଠକ, ଆଧ୍ୟାମିôକବାଦୀ, ସୁସାହିତ୍ୟିକ ଓ ପୋଲିସ୍ ଅଧିକାରୀ ତଥା ସର୍ବୋପରି ଜଣେ ଭଲ ମଣିଷ ଥିଲେ ବୋଲି ପ୍ରକାଶ କରି ସେମାନଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥାନୀୟ ବ୍ୟାସକବିନଗର ବିକାଶ ପରିଷଦ ଓ ରୟାଲ୍ କ୍ଲବ୍ର ସଦସ୍ୟମାନେ ସଭା ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ସ୍ୱର୍ଗତଃ ଦାଶଙ୍କର ବଡ଼ପୁଅ ଆଇନଜୀବୀ ହରମୋହନ ଦାଶ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ