ପ୍ରତାପ ନନା ଓ ମଙ୍ଗୁ ଭାଇଙ୍କ ମାରାଥନ ପ୍ରଚାର
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ ) : ବାଲେଶ୍ୱର ସଦର ଅନ୍ତର୍ଗତ ବହୁ ସ୍ଥାନରେ ବିଜେପି ପକ୍ଷରୁ ପଥପ୍ରାନ୍ତ ସଭା ସଙ୍ଗେସଙ୍ଗେ ବିଶାଳ ବାଇକ ରାଲିର ଆୟୋଜନ ହୋଇଥିଲା । ହଜାର ହଜାର କର୍ମୀଙ୍କ ସହ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବାଲେଶ୍ୱର ସଦର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମଦନ ମୋହନ ଦତ୍ତ ମାରାଥନ ପ୍ରଚାର କରିଥିଲେ । ଏହି ପରିପେକ୍ଷୀରେ ଶ୍ରୀରାମପୁର, ରସଲପୁର, କଷିପଦା, ସିଲଦା, ରୁପସା, ହଳଦୀପଦା, ଓଲନ୍ଦା ସାରଗାଁ, ସିନ୍ଧିଆ ଓ ବଇଁଚା ପଞ୍ଚାୟତଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଅଛି । ଏଥର ବିଜେପି କେନ୍ଦ୍ର ଓ ରାଜ୍ୟରେ ଡବଲ ଇିନ ସରକାର କରିବ ବୋଲି ଶ୍ରୀ ଷଡଙ୍ଗୀ ଦୃଢୋକ୍ତି କରିବା ସହ ଧାନ, ପାନ ଓ ମୀନର ସହର ବାଲେଶ୍ୱରକୁ ବିକାଶର ଶିଖରରେ ପହଞ୍ଚାଇବାକୁ ସଂକଳ୍ପବଦ୍ଧ ହୋଇଥିଲେ । ଉକ୍ତ ସଭାରେ ବିଧାୟକ ପ୍ରାର୍ଥୀ ଶ୍ରୀ ଦତ୍ତ ଲୋକମାନଙ୍କୁ ପରିବର୍ତ୍ତନ କରିବା ପାଇଁ ଆହ୍ୱାନ ଦେଇ ବିଜେପି ସରକାରକୁ ଆସିଲେ ସମସ୍ତ ଗରିବଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କା ଘର ଏବଂ ବେରୋଜଗାରକୁ ରୋଜଗାର ଦିଆଯିବ ବୋଲି ମତପୋଷଣ କରିଥିଲେ । ବଇଁଚା ପଞ୍ଚାୟତର ଖଗେଶ୍ୱର ପାଣିଗ୍ରାହୀ ମଙ୍ଗୁଭାଇଙ୍କ ନେତୃତ୍ୱକୁ ସ୍ୱୀକାର କରି ବିଜେପିରେ ଯୋଗଦାନ କରିଛନ୍ତି । ସନ୍ଧ୍ୟାରେ ସ୍ଥାନୀୟ ଫାଣ୍ଡିଛକ ଠାରୁ ନୂଆବଜାର ଅଭିମୁଖେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଆଗାମୀ ନିର୍ବାଚନରେ ବାଲେଶ୍ୱର ଲୋକସଭା ଓ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଏହି ପଥପ୍ରାନ୍ତ ସଭାରେ ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଚିତ୍ତରନ ପଣ୍ଡା, ରବିନାରାୟଣ ମହାପାତ୍ର, ଶୁଭଙ୍କର ମହାପାତ୍ର, ସତ୍ୟଜିତ ମିଶ୍ର, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ବିଜୟ ଦାସ, ତପନ ଗିରି, ଅଜୟ ସାହୁ, ଯୋଗେନ ରଣା, ସୁଜିତ ଦେବ, ବିଭୁପଦ ଦାସ, ମଣ୍ଟୁ ପେରିୱାଲ, ଧିରଜ ମହାନ୍ତି, ବିକାଶ ପାଢୀ, ବୈଲୋଚନ ଦାସ, ମନୋଜ ଆଚାର୍ଯ୍ୟ, ରିତ ପ୍ରଧାନ, ରିତ ପୃଷ୍ଟି, ବିନୟ ମହାରଣା,ସ୍ୱରଝଙ୍କାର ସେଠୀ, ଅରୁପ ଜେନା, ରାଜେଶ ମହାପାତ୍ର, ଜୀବନ ପାତ୍ର, ସ୍ୱାଧୀନ ପଣ୍ଡା, ଅଭିଜିତ ଭୂୟାଁ, ପବନ କମିଳା, ଜିତେନ୍ଦ୍ର ଷଡଙ୍ଗୀ ସମେତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


