ସୁସ୍ଥ ଭାରତ ଉପଲକ୍ଷେ ସାଇକେଲ ରାଲି

ପାରାଦୀପ, (ପିତବାସ ପ୍ରଧାନ): ବିବେକାନନ୍ଦ ଯୁବ ପରିଷଦ, ବିଜୟଚନ୍ଦ୍ରପୁର ତରଫରୁ ସୁସ୍ଥଭାରତ ଉପଲକ୍ଷେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସାଇକେଲ ରାଲିକୁ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ପାରାଦ୍ୱୀପ ନଗର ସଭାପତି ତଥା ପାରାଦ୍ୱୀପ ପୌରପାଳିକାର ପୂର୍ବତନ ଅଧକ୍ଷ ବସନ୍ତ ବିଶ୍ୱାଳ ଉଦଘାଟନ କରିଥିେଲେ । ପାରାଦ୍ୱୀପରେ ପ୍ରଦୂଷଣ ରୋକିବା ପାଇଁ ପ୍ରତେକ ଵ୍ୟକ୍ତି ଅତି ଜରୁରୀ ନଥିଲେ ଗାଡି ଚଲେଇବା ଅଭ୍ଯାସ ବନ୍ଦ କରି ସାଇକେଲ ଚଳାନ୍ତୁ ଯାହା ଫଳରେ ଆମ  ସହର ପାରାଦୀପରେ ଏହାଦ୍ୱାରା କିଛି ମାତ୍ରାରେ ପ୍ରଦୂଷଣ କମିପାରିବ ବୋଲି ମୁଖ୍ଯ ଅତିଥି ମକ୍ତବ୍ୟକ୍ତ କରିଥିବା ବେଳେ ଏହି ରାଲି ବିଜୟଚନ୍ଦ୍ରପୁରରୁ ବାହାରି ପାରାଦୀପର ବିଭିନ୍ନ ଓ୍ବାର୍ଡ ପରିକ୍ରମା କରିଥଲା। ଶତାଧିକ ଯୁବକ ଏହି ସାଇକେଲ ରାଲିରେ ଭାଗ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ