ସୂଚନା ଅଧିକାରୀ କର୍ମୀ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ

କନ୍ଧମାଳ: ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡାର ସୁଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ପୋଲିସ ରବିବାର ୫ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ପରିଚୟ ବାଲିଗୁଡା ଅଂଚଳର ସୁନାପଙ୍ଗା ଗ୍ରାମର କେ.ବିଶ୍ଵଜିତ ପାତ୍ର (୪୨), ମୁଣ୍ଡାମରେଇ ଗାମର ଏସ୍ ଵାଲାଜି ଆଚାରୀ(୨୯) ଓ ବନ୍ଧଗୁଡ଼ା ଗାମର ରାସ ବିହାରୀ ଦାଶ(୩୯)। ଅନ୍ୟ ଦୁଇ ଜଣଙ୍କ ନାମ ଘୋଷଣା ପୋଲିସ କରିନାହିଁ । ଅନ୍ୟ ପଟେ ଆହୁରି ଜଣେ ଅଭିଯୁକ୍ତ ଫେରାର ରହିଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ଦେଶୀ ବନ୍ଧୁକ ୩ ରାଉଣ୍ଡ ଗୁଳି ,୬ ଗୋଟି ମୋବାଇଲ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି ।ଦୋକାନକୁ କେନ୍ଦ୍ର କରି ଅଭିମନ୍ୟୁ ପଣ୍ଡା ଓ କେ.ବିଶ୍ଵଜିତ ପାତ୍ରଙ୍କ ମଧ୍ୟରେ ଶତ୍ରୁତା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବିଶ୍ଵଜିତ ସବୁଦିନ ଲାଗି ଅଭିମନ୍ୟୁଙ୍କୁ ରାସ୍ତାରୁ ହଟାଇବାଲାଗି ଏସ୍ ଵାଲାଜି ଆଚାରୀ ଓ ରାସ ବିହାରୀ ଦାଶଙ୍କ ସହାୟତା ନେଇଥିଲେ । ଏହା ପରେ ସେମାନେ ରାସ୍ତାରୁ ସବୁଦିନ ପାଇଁ ଅଭିମନ୍ୟୁକୁ ହଟାଇବା ପାଇଁ ୨ ଜଣ ସୁପାରିକିଲର ଖୋଜିଥିଲେ । ସୁପାରିକିଲର ୧ ଲକ୍ଷ ଟଙ୍କା ଡିଲରେ ସବୁ ଦିନ ପାଇଁ ଉଡାଇଦେବା ପାଇର୍ ବ୍ଲୁପ୍ରିଣ୍ଟ ପ୍ଲାନ କରିଥିଲେ । ଗତ ୧୦ ତାରିଖ ବାଲିଗୁଡା ଥାନା ଅନ୍ତର୍ଗତ ପାତ୍ର ସାହିର ନିଜର ଘରେ ରହିଥିବା ବେଳେ ଘରୁ ଡାକି ତାଙ୍କୁ ଗାଁ ଦାଣ୍ଡରେ ଗୁଳିମାଡ କରି ଦୁବୁର୍ତ୍ତମାନେ ଫେରାର ହୋଇଯାଇଥିଲେ ।ଖବର ପାଇ ବାଳିଗୁଡା ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିମନ୍ୟୁଙ୍କୁ ମେଡିକାଲରେ ଭର୍ତ୍ତିକରିଥିଲେ । କିନ୍ତୁ ସେଠାରେ ତାଙ୍କର ପ୍ରାଣବାୟୁ ଉଡିଚାଲିଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ