ସୂଚନା ଅଧିକାର ଆଇନ୍ ତଥ୍ୟ ନଦେବାରୁ ଗୃହ ବିଭାଗର ଜନ ସୂଚନା ଅଧିକାରୀଙ୍କୁ ଦଣ୍ଡବିଧାନ
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ସୂଚନା ଅଧିକାର ଆଇନ୍ରେ ତଥ୍ୟ ପ୍ରଦାନରେ ଅବହେଳା କରିଥିବାରୁ ମୁଖ୍ୟ ସୂଚନା କମିଶନର ସୁନିଲ୍ କୁମାର ମିଶ୍ର ଗୃହ ବିଭାଗର ଜନ ସୂଚନା ଅଧିକାରୀ ପ୍ରଣବ କୁମାର ଦେଙ୍କୁ ୧୦,୦୦୦ ଟଙ୍କାର ଜୋରିମାନା ଅର୍ଥରେ ଦଣ୍ଡିତ କରିଛନ୍ତି । ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଗତ ୯.୨.୧୬ରିଖରେ ଗୃହ ବିଭାଗର ଜନ ସୂଚନା ଅଧିକାରୀଙ୍କୁ ସୂଚନା ଆଇନ୍ ଅନୁଯାୟୀ କେତେଗୁଡ଼ିଏ ତଥ୍ୟ ମାଗିଥିଲେ । ଶ୍ରୀ ପ୍ରଧାନ ·ହିଁଥିବା ତଥ୍ୟଗୁଡ଼ିକ ହେଲା କଳିଙ୍ଗ ନଗର ଗୁଳିକାଣ୍ଡ, କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ଏବଂ ଚିଟ୍ଫଣ୍ଡ ଘୋଟାଲାର ତଦନ୍ତ ପାଇଁ ଗଠିତ ବି·ର ବିଭାଗୀୟ ତଦନ୍ତ ପାଇଁ ସରକାର ଜାରି କରିଥିବା ବିଜ୍ଞପ୍ତିର କପି, କମିଶନ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣ ଏବଂ କମିଶନଗୁଡ଼ିକ ତାଙ୍କ ରିପୋର୍ଟ ଦାଖଲର ତାରିଖ ଇତ୍ୟାଦି । ଜନସୂଚନା ଅଧିକାରୀ କୌଣସି ତଥ୍ୟ ପ୍ରଦାନ ନ କରିବାରୁ ଶ୍ରୀ ପ୍ରଧାନ ୧୬.୫.୧୬ରେ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଥମ ଅପିଲ୍ କରିଥିଲେ । ୨୯.୭.୨୦୧୬ରେ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ଅପିଲ୍ ଶୁଣାଣି କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ମଧ୍ୟ ସୂଚନା ଅଧିକାରୀ କୌଣସି ତଥ୍ୟ ପ୍ରଦାନ କରିନଥିଲେ । ଏହାପରେ ପ୍ରଦୀପ ପ୍ରଧାନ ୨୯.୫.୧୬ରେ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅପିଲ୍ କରିଥିଲେ । ଦୀର୍ଘ ଦୁଇବର୍ଷ ପରେ ମୁଖ୍ୟ ସୂଚନା କମିଶନର କେସ୍ ସଂଖ୍ୟା ୨୦୫୫/୧୬ର ଶୁଣାଣୀ ୨୦.୬.୧୮ରେ ଆରମ୍ଭ କରି ଜନ ସୂଚନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହାପରେ ୩୦.୧୦.୧୮ରେ ସୂଚନା କମିଶନ କେସ୍ର ପୁନଃ ଶୁଣାଣୀ କରି ତଥ୍ୟ ପ୍ରଦାନରେ ବାରମ୍ବାର ଅବହେଳା କରିଥିବାରୁ ୧୦,୦୦୦ ଟଙ୍କାର ଆର୍ଥିକ ଦଣ୍ଡବିଧାନ କରିବା ସହ ୩୦ ଦିନ ମଧ୍ୟରେ ତଦନ୍ତ ଅର୍ଥ ପଇଠ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗୃହ ସଚିବ ଗତ ୨୨.୦୨.୧୯ରିଖରେ ଜଣାଇ ଦିଆଯାଇଛି ।


