ସୂଚନା ଅଧିକାର ଆଇନ କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସୂଚନା ଅଧିକାର ଅଭିଯାନ, ବାଲେଶ୍ୱର ଶାଖା ପକ୍ଷରୁ ‘ସୂଚନା ଅଧିକାର ଆଇନର ୧୭ବର୍ଷ ପୂର୍ତ୍ତି ଓ ଓଡ଼ିଶାର ଦୃଶ୍ୟପଟ’ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ଉଦ୍ୟୋଗ ଭବନରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଅଭିଯାନର ରାଜ୍ୟ ଆବହକ ପ୍ରଦୀପ କୁମାର ପ୍ରଧାନ ଏଥିରେ ଯୋଗଦେଇ ଆଲୋଚନାଚକ୍ରକୁ ଉଦଘାଟନ କରିବା ସହ ଓଡ଼ିଶାରେ ସୂଚନା ଅଧିକର ଆଇନ-୨୦୦୫ କାର୍ଯ୍ୟକାରିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସଭାପତି ସଞ୍ଜୀବ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିତେନ୍ଦ୍ର କୁମାର ସାହୁ, ପ୍ରକାଶ କୁମାର ଜେନା, ହରେକୃଷ୍ଣ ଦାସ, ଅଶୋକ କୁମାର ଦତ୍ତ, ନିରଞ୍ଜନ ପ୍ରସାଦ ବାରିକ, ନିତ୍ୟାନନ୍ଦ ମିଶ୍ର, ବିମଳ କୁମାର ଦଳେଇ ପ୍ରମୁଖ ଏଥିରେ ବରେଣ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଶାରେ ସୂଚନା ଅଧିକାର ଆଇନର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ବର୍ଷର ବିଜେଡି ସରକାରରେ୧୭ବର୍ଷର ସୂଚନା ଅଧିକାର ଆଇନରୁ ଓଡ଼ିଶାର ଲୋକେ କେତେ ସୂଚନା ପାଇଛନ୍ତି ଓ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରିତାରେ କେତେ ସଫଳତା ମିଳିଛି, ତାହା ସୂଚନା ଅଧିକାର କର୍ମୀମାନେ ହିଁ ବେଶୀ କହିପାରିବେ ବୋଲି ବକ୍ତାମାନେ କହିଥିଲେ । ତେବେ ଏହି ଆଇନକୁ ସଠିକ କାର୍ଯ୍ୟକାରୀ ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସାଧୁମାନସିକତା ଏକାନ୍ତ ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ । ଅନ୍ୟପକ୍ଷରେ ଏହି ଆଇନର ଦୁରୁପଯୋଗ ସଫଳ କାର୍ଯ୍ୟକାରିତାରେ ଅନ୍ତରାୟ ହୋଇଛି । ବ୍ୟସ୍ତ କାର୍ଯ୍ୟଧାରା ମଧ୍ୟରେ ବିଭାଗୀୟ ଅଧିକାରୀଙ୍କୁ ଅସୁବିଧାରେ ପକାଇବା ଉଦ୍ଦେଶ୍ୟରେ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହି ଆଇନକୁ ଆୟୁଧ କରିବା ଦୁର୍ଭାଗ୍ୟର ବିଷୟ ବୋଲି ବକ୍ତାମାନେ କହିଥିଲେ । ଏନେଇ ସୂଚନା ଅଧିକାରୀ ଓ ଆବେଦନକାରୀଙ୍କ ମାନସିକତାରେ ସ୍ୱଚ୍ଛତା ରହିବା ଏକାନ୍ତ ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ । ଏହି ଅବସରରେ ସୂଚନା କର୍ମୀ ବିମଳ କୁମାର ଜେନା ଓ ଅନୁଜ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମଳଲୋଚନ ରାଉତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ