ସୂଚନା ଅଧିକାର ଆଇନ ସଂଶୋଧନର ପ୍ରତିବାଦ କଲେ ଓଡିଶା ସୂଚନା ଅଧିକାର ଅଭିଯାନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ର ସରକାରଙ୍କ ସୂଚନା ଅଧିକାର ଆଇନ ସଂଶୋଧନ ବିରୋଧରେ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବା ସାହ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କେନ୍ଦ୍ର ଏନଡିଏ ସରକାର ସୂଚନା ଅଧିକାର ଆଇନର ୨୦୧୯ ସଂଶୋଧନ କରାଯିବା ଦ୍ୱାରା ସୂଚନା କମିଶନଙ୍କ ସ୍ୱାଧୀନତା ଉପରେ ଆଂଚ ଆଣିବ । ନିରପେକ୍ଷ ଭାବରେ ସୂଚନା କମିଶନ କାର୍ଯ୍ୟ କରିବା ସମ୍ଭବ ହେବନାହିଁ । ଦେଶର ସବୁଠୁ ବଳିଷ୍ଠ ତଥା ଯୁଗାନ୍ତକାରୀ ଆଇନ ଭାବରେ ୨୦୦୫ ମସିହାରେ ତତକାଳିନ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନର ପ୍ରଣୟନ କରିଥିଲେ । ଯାହା ଦ୍ୱାରାକି ସାଧାରଣ ଜନତାଙ୍କ ପାଇଁ ଏହା ଏକ ଅମୋଘ ଅସ୍ତ୍ର ଭାବରେ କାର୍ଯ୍ୟ କରିଆସୁଥିଲା । ଦୀର୍ଘଦିନ ଧରି ନଷ୍ପେଶିତ ଓ ଅବହେଳିତ ଭାବରେ ଥିବା ସାଧାରଣ ଲୋକଟି ଏହି ଆଇନ ବଳରେ କିଛିମାତ୍ରାରେ ସେଥିରୁ ମୁକୁଳିଥିବା ବେଳେ ଏବେ ସେହି ଆଇନର ସଂଶୋଧନ କରାଯିବା ଦ୍ୱାରା ଜନସାଧାରଣଙ୍କ ସ୍ୱାଧୀନତାକୁ ସଂକୁଚିତ କରାଯିବାର ପ୍ରୟାସ କରାଯାଉଛି ବୋଲି ସୂଚନା ଅଧିକାରେ ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନା ଅଧିକାରେ ଅଭିଯାନର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହାର ପ୍ରତିବାଦ କରାଯାଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅଭିଯାନର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ଦାସ, କାଜଲ ଚୈାଧୁରୀ, ସଞ୍ଜୟ କୁମାର ମହାପାତ୍ର, ଶୁଭେନ୍ଦୁ ପ୍ରକାଶ ରାୟ, ସୋମନାଥ ବାରିକ, ପ୍ରତାପ ରଞ୍ଜନ ତ୍ରିପାଠୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଆଦିକନ୍ଦ ରାଉଳ, ଉଦୟନାଥ ଚୈାଧୁରୀ, କିଶୋର ଚନ୍ଦ୍ର ମନ୍ତ୍ରୀ, ନିଗମ ଏମ, ନିରଞ୍ଜନ ପରିଡା, ରାଜକିଶୋର ପ୍ରଧାନ, ହେମନ୍ତ କୁମାର ମହାରଣା, ନିତ୍ୟାନନ୍ଦ ମହାନ୍ତି, ନୃସିଂହ ଚରଣ ରାଉତ, ଉତ୍ତମ ଚରଣ ସ୍ୱାଇଁ, ତୁସାର କାନ୍ତ ସାହୁ, ନଗେନ ଜେନା ପ୍ରମୁଖ ଏହି ପ୍ରତିବାଦରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ