ଲୋକ ସଂପର୍କ ବିଭାଗ କର୍ମଚାରୀଙ୍କୁ ଅବସର ସମ୍ୱର୍ଦ୍ଧନା
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍): ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ନିକ୍ଷେପକ ପ୍ରତାପ କେଶରୀ ସେନ ବୁଧବାର ସରକାରୀ କାର୍ଯ୍ୟରୁ ଅବସର ନେଇଚ୍ଥନ୍ତି । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରତାପଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ । ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସେଠୀ ଅବସର ନେଊଥିବା ଶ୍ରୀ ସେନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ସେ ଜଣେ ନିଷ୍ଠାପର କର୍ମଚାରୀ ଭାବେ ବେଶ ଲୋକପ୍ରିୟ ଥିଲେ ବୋଲି କହିଥିଲେ । ଏ ସଂପର୍କରେ ଏକ ବୈଠକ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସେଠୀ ଶ୍ରୀ ସେନ୍ଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ କାର୍ଯ୍ୟ ଶୈଳୀ ବିଭାଗକୁ ଅନେକ ସହଯୋଗ ଦେବା ସହ ବିଭାଗର ସୁନାମ ବୃଦ୍ଧିରେ ସହାୟକ ହୋଇଚ୍ଥି ବୋଲି ମତ ଦେଇଥିଲେ । ଅନ୍ୟାନ୍ୟ କର୍ମଚାରୀ ମାନେ ପ୍ରତାପଙ୍କର ଅମାୟିକ ବ୍ୟବହାର ଓ ଆନ୍ତରିକ କାର୍ଯ୍ୟ ପରିଚାଳନାକୁ ପ୍ରଶଂସା କରିଥିଲେ । ତାଙ୍କ ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଊ ବୋଲି ପ୍ରତ୍ୟେକ କାମନା କରିଥିଲେ । ନିଜ ଅଭିଜ୍ଞତାକୁ ବର୍ଣ୍ଣନା କରି ପ୍ରତାପ ନିଜ ଚାକିରୀରେ ସେ ବେଶ ସନ୍ତୁଷ୍ଟ ଓ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ସୁସଂପର୍କ ତାଙ୍କୁ ଭଲ କାମ କରିବାକୁ ପ୍ରେରଣା ଦେଇଥିଲା ବୋଲି କହିଥିଲେ । ଏଥିରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ମିନତୀ ଦାଶ, ନିତ୍ୟାନନ୍ଦ ନାୟକ, ପ୍ରଭାତ କୁମାର ପଣ୍ଡା, ସୁରେନ୍ଦ୍ର ନାଥ ସାହୁ, ସତ୍ୟଜିତ୍ ନାୟକ, ରତିକାନ୍ତ ମହାନ୍ତି, ରବିନ୍ଦ୍ର କୁମାର ଦାସ, ବାରୁଣୀ ସେଠୀ, ସୁରେନ୍ଦ୍ର କୁମାର ଯେନା ଯୋଗ ଦେଇଥିଲେ । ଏହି ବିଦାୟ କାଳୀନ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗର କର୍ମଚାରୀ ବିନୋଦ କୁମାର ସିଂ ସିଙ୍କୁ, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ, ଅଜିତ୍ କୁମାର ବେହେରା ଉପସ୍ଥିତ ଥିଲେ ।


