ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ନିତୀ ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ସପରିବାର ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ନିତୀ ଆୟୋଗ ଉପାଧ୍ୟକ୍ଷଙ୍କୁ ଭୂଲ ଗାଇଡ କରି ହଟହଟା ହୋଇଛନ୍ତି ସ୍ତାନୀୟ ମ୍ୟୁଜିୟମ ଅଧିକାରୀ । ମନ୍ଦିର ଇତିହାସ ସଂପର୍କରେ ସହାୟକ ଅଧିକ୍ଷକ ପୁରାତତ୍ୱବିତ ପ୍ରତାପ କୁମାର ନାୟକ ଶ୍ରୀକୁମାରଙ୍କୁ ଗାଇଡ କରିବା ସମୟରେ ଭୂଲ ତଥ୍ୟ ଦେଇଥିଲେ । ଉପାଧ୍ୟକ୍ଷ ରାଜୀବ କୁମାର ଏଠାରେ ସୂର୍ଯ୍ୟ ପୂଜା ସମ୍ପର୍କରେ ପଚାରିବାରୁ ଛଟ ପୂଜା ଭଳି ଏଠାରେ ସୂର୍ଯ୍ୟ ପୂଜା ହୋଇଥାଏ ବୋଲି ପୁରାତତ୍ୱବିତ ଶ୍ରୀନାୟକ କହିଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ପାଇ ଉପାଧ୍ୟକ୍ଷ ବିରକ୍ତି ପ୍ରକାଶ କରିଥିଲେ । ତୁରନ୍ତ ତାଙ୍କ ବଦଳରେ ଅନ୍ୟ ଗାଇଡଙ୍କୁ ଡକାଯାଇଥିଲା । ଉପସ୍ତିତ ଥିବା ପର୍ଯ୍ୟଟନ ବିଭାଗ ଅଧିକାରୀ ରାଜ୍ୟସ୍ତରୀୟ ସ୍ୱୀକୃତୀପ୍ରାପ୍ତ ଗାଇଡ ବିଶେଶ୍ୱର ଦାଶଙ୍କୁ ଗାଇଡ କରିବା ପାଇଁ ଅନୁମତି ଦେଇଥିଲେ । ଏହି ଘଟଣାରେ ପୁରାତତ୍ୱବିତ ପ୍ରତାପ କୁମାର ନାୟକ ଅତ୍ୟନ୍ତ କ୍ଷୁବଧ ହୋଇ କୈାଣସି ବିଭାଗୀୟ ଅଧିକାରୀଙ୍କୁ ସୂର୍ଯ୍ୟମନ୍ଦିର ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କହିଥିଲେ । ଫଳରେ ଅଧିକାରୀଙ୍କ ଏଭଳି ଆଚରଣକୁ ବିଭିନ୍ନ ସଂଗଠନ ନିନ୍ଦା ପ୍ରକାଶ କରିଛି । ଏହି ଗସ୍ତ ସମୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ,କୋଣାର୍କ ଥାନା ଆଇଆଇସି ରଂଜନ କୁମାର ମଲ୍ଲିକ,ଏଏସଆଇ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ତିତ ଥିଲେ । ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ