ସିନିୟର ପୋଲିସ ଅଫିସର୍ସ ସମ୍ମିଳନୀ ଭରଚୁଆଲରେ ଯୋଡ଼ି ହେଲେ ଡ଼ିଆଇଜି, ୨ଏସପି
ଛତ୍ରପୁର, (ଦେବଦତ୍ତ ମହାରଣା) : ଦୁଇଦିନିଆ ୬୩ତମ ଓଡିଶା ସିନିୟର ପୋଲିସ ଅଫିସର୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ସ୍ଥିତ ଗଞ୍ଜାମ ଏସପି ଙ୍କ କାର୍ଯ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ , ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ, ବ୍ରହ୍ମପୁର ଏସପି ପିନାକ ମିଶ୍ର ଏଠାରେ ଭରଚୁଆଲ ମୋଡ଼ ରେ ଉକ୍ତ ସମ୍ମିଳନୀ ସହ ଯୋଡ଼ି ହୋଇଥିଲେ l ଆଇନ ଶୃଙ୍ଖଳା, ସନ୍ତ୍ରାସବାଦ କାର୍ଯ୍ୟକଳାପ, ଅପରାଧ ଏବଂ ତଦନ୍ତ, ସିସିଟିଏନ ଏସର ପରବର୍ତ୍ତୀ ପଦକ୍ଷେପ ଓ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ଆଲୋଚନା ହୋଇଥିଲା l


