ସେଣ୍ଟ ଜାଭିୟର ହାଇସ୍କୁଲର ବାର୍ଷିକ କ୍ରୀଡା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଳକର ଚଣ୍ଡୀଆ ବିରଞ୍ଚିପୁରରେ ଥିବା ସେଣ୍ଟ ଜାଭିୟର ହାଇସ୍କୁଲର ୪ର୍ଥ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଦୁଇଦିନ ଧରି ଆୟୋଜିତ ହେବାକୁ ଥିବାଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରଧ୍ୟାପକ ଡକ୍ଟର ଦିଲ୍ଲିପ ଦାଶ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ମହେନ୍ଦ୍ର କୁମାର ପଳତା, ନନ୍ଦିପଦା ଥାନା ଏସ.ଆଇ ରଞ୍ଜନ କୁମାର ପଟ୍ଟନାୟକ, ବରିଷ୍ଟ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ପ୍ରେସକ୍ଲବ ସଭାପତି ଗୋପାଳକୃଷ୍ଣ ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ଥାନୀୟ ସିଲନ୍ଦୀ ଗ୍ରାମର ହନୁମାନ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି କ୍ରୀଡା ପ୍ରାଙ୍ଗଣରେ ପହଞ୍ଚିବାପରେ ମୁଖ୍ୟ ଅତିଥି ପ୍ରଧ୍ୟାପକ ଡକ୍ଟର ଦିଲ୍ଲିପ ଦାଶ ମଶାଲ ଗ୍ରହଣ କରି କ୍ରୀଡାପତାକା ଉତ୍ତୋଳନ କରିବାପରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭପତି ଉଦୟନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିମାନେ ଛାତ୍ର୍ରଛାତ୍ରୀଙ୍କୁ ଶିକ୍ଷାଲାଭ ସହିତ କ୍ରୀଡାର ସମ୍ପର୍କ ଉପରେ ଆଲୋକପାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ଦକ୍ଷତାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ଅତିôତ ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ନାୟକ ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଜୁନିୟର, ସବଜୁନିୟର ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ବାଇଗଣ ଚାମଚ, ଗଣିତ ଦୌଡ, ସଟଫୁଟ, ଡିସ୍‌କସ୍‌, ଫିକିଙ୍ଗ ଦ ବଲ, ଦଉଡିଡିଆଁ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ