ସେତୁର ଶିଳାନ୍ୟାସ କଲେ ବିଧାୟକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦ୍ରାପଡା ଗୋବରୀ କେନାଲ ଉପରେ ଭଗେଶ୍ୱରପୁର-ମାଧପୁର ଠାରେ ଶନିବାର ପୂର୍ବାହ୍ନରେ ଏକ ନୂତନ ସେତୁର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା । ନସଡିପୁର ଓ ଭଗେଶ୍ୱରପୁର ପ୍ରଭୃତି ଗ୍ରାମ ଗୁଡିକର ମାଧପୁର ଦେଇ ସହରର ମୁଖ୍ୟ ରାସ୍ତା ଓ ମେଡିକାଲକୁ ଏହି ପୋଲ ନିର୍ମାଣ ଦ୍ୱାରା ସିଧାସଳଖ ସଂଯୋଗ ହୋଇପାରିବା ସହ ଦୂରତ୍ୱ ହ୍ରାସ ପାଇବ । ଏହାଛଡା ସାନ୍ତସାହି ପୋଲ ଉପରେ ଆଉ ଅଧିକ ଭିଡ ହେବ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ କେନ୍ଦ୍ରାପଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତ । ୧୬ଲକ୍ଷ ଟଙ୍କାର ବ୍ୟୟବରାଦରେ ଏହି ନୂତନ ସେତୁଟି ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରାଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଶ୍ରୀ ରାଉତ, ଉପନିର୍ବାହୀ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, କେନ୍ଦ୍ରାପଡା ପୈାର ନିର୍ବାହୀ ଅଧରକାରୀ ଦେବ ପ୍ରସାଦ ବଳ, ପୂର୍ବତନ ପୋରାଧ୍ୟକ୍ଷ ଧିରେନ ସାହୁ, ରୋସ୍ôନା ସାହୁ, ବିଜେଡି ଲିଗାଲ ଫ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ, କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ଦେବଦାସ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ଶକ୍ତିକାନ୍ତ ପାତ୍ର, ରାଜେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶିଳାନ୍ୟାସ ଫଳକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମ ଲେଖାଥିଲେ ମଧ୍ୟ ସେ ଅନୁପସ୍ଥିତ ଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ