ରୋଗ ଦୂର କରେ ପାଟିର ଲାଳ

ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି । ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ । ଲାଳ ଯୋଗୁ ମଣିଷ ଶରୀରରେ ଦେଖାଦେଉଥିବା ଶହେରୁ ଅଧିକ ପ୍ରକାର ରୋଗ ଦୂର ହୋଇଥାଏ । ସକାଳେ ଉଠି ଅଧୁଆ ମୁହଁରେ ପୁରାତନ ଘା’ରେ ଲାଳ ଲଗାଇଲେ କିଛି ଦିନ ମଧ୍ୟରେ ଏହା ଭଲ ହୋଇଥାଏ । ସେହିପରି ଏହାକୁ ଆଖିରେ କଜଳ ପରି ଲଗାଇଲେ ସମସ୍ତ ପ୍ରକାର ଆଖି ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ଲାଳ ଚର୍ମ ରୋଗ ପାଇଁ ବେଶ୍ ଉପକାରୀୟ । ମୁହଁ ଧୋଇବା ପୂର୍ବରୁ ଗ୍ଲାସେ ପାଣି ପିଇଲେ ପାଟିରେ ଥିବା ଲାଳ ପେଟ ଭିତରକୁ ଯାଇଥାଏ । ଏହା ବିଭିନ୍ନ ପ୍ରକାର ପେଟ ସମସ୍ୟାକୁ ଦୂର କରି ଯୁବସୁଲଭ ଠାଣି ବଜାୟ ରଖେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ