ସେନାରେ ସୃଷ୍ଟି ହେବ ଆଉ ଏକ ନୂଆ ପଦବୀ

ନୂଆଦିଲ୍ଲୀ- ଭାରତୀୟ ସ୍ଥଳସେନାରେ ଡିସିଓଏଏସ(ଏସ) ବା ଡେପୁଟି ଚିଫ ଅଫ ଆର୍ମି ଷ୍ଟାଫ ନାମରେ ଏକ ନୂତନ ପଦବି ସୃଷ୍ଟି ହେବାକୁ ଯାଉଛି । ଏହି ପ୍ରସ୍ତାବକୁ ସ୍ଥଳସେନା ସ୍ଥଳସେନା ସବୁଜ ସଂକେତ ଦେଇଥିବା ବେଳେ ଖୁବ ଶୀଘ୍ର ସୁରକ୍ଷା ସଂକ୍ରାନ୍ତ୍ରୀୟ କ୍ୟାବିନେଟ କମିଟି ଏହାକୁ ସ୍ୱୀକୃତି ଦେବାର ସମ୍ଭାବନା ରହିଛି । ଉକ୍ତ ପଦବି ଅଧୀନରେ ସେନାର ସାମରିକ ଗୁଇନ୍ଦା , ସୂଚନା ଯୁଦ୍ଧ, ଅପରେସନାଲ ଲଜିଷ୍ଟିକସ ଏବଂ ପର୍ସପେକ୍ଟିଭ ପ୍ଲାନିଂ ପରି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିବ । ଏହି ପଦବି ସୃଷ୍ଟି ହେଲେ ଡୋକଲାମ ବିବାଦ ପରି ଘଟଣାର ଆହୁରି ଭଲ ଭାବେ ପରିଚାଳନା କରାଯାଇପାରିବ । ବର୍ତ୍ତମାନ ଏକ ଆଡ-ହକ୍ କମିଟି ଏସବୁ ବିଭାଗ ଭିତରେ ସମନ୍ୱୟ ରଖିବା ପାଇଁ କାମ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ