ସେନ୍ସେକ୍ସ ୩୭୮ ପଏଣ୍ଟ ବୃଦ୍ଧି
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରରୁ ମିଳିଥିବା ମିଶ୍ରିତ ସ୍ଥିତି ମଧ୍ୟରେ ଭାରତୀୟ ଶେୟାର ବଜାର କାରବାର ବୃଦ୍ଧିରେ ବନ୍ଦ ହୋଇଛି । ଫଳରେ ମଙ୍ଗଳବାର କାରବାର ଶେଷ ସୁଦ୍ଧା ବିଏସ୍ଇର ୩୧ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୩୭୮.୭୩ ପଏଣ୍ଟ ତଥା ୧.୦୫% ବୃଦ୍ଧିରେ ୩୬,୪୪୨.୫୪ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ ଏନ୍ଏସ୍ଇର ୫୦ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୧୨୩.୯୫ ପଏଣ୍ଟ ତଥା ୧.୧୪% ବୃଦ୍ଧିରେ ୧୦,୯୮୭.୪୫ପଏଣ୍ଟରେ ବନ୍ଦ ହୋଇଛି । ପୁରା ଦିନର କାରବାର ମଧ୍ୟରେ ସେନ୍ସେକ୍ସ ୩୬,୪୫୭.୪୪ ପଏଣ୍ଟର ଉପରସ୍ତରକୁ ଯାଇ ୩୫,୯୨୬.୯୪ପଏଣ୍ଟ ନିମ୍ନକୁ ଖସିଥିଲା । ସେହିପରି ନିଫ୍ଟି ୧୦,୯୯୪.୯୦ ପଏଣ୍ଟର ଉପରସ୍ତରକୁ ଯାଇ ୧୦,୮୧୭.୦୦ ପଏଣ୍ଟ ନିମ୍ନତମ ସ୍ତରକୁ ଖସିଥିଲା । ବ୍ୟାଙ୍କ୍ ନିଫ୍ଟିରେ ମଧ୍ୟ ପୁରା ଦିନ କାରବାରର ସ୍ଥିତି ରହିଥିଲା । ତେବେ ମିଡ଼୍କ୍ୟାପ୍ ଇଣ୍ଡେକ୍ସ ସକରାତ୍ମକରେ ବନ୍ଦ ହେବାରେ ସଫଳ ହୋଇଥିଲା । ବିଏସ୍ଇର ମିଡ଼୍କ୍ୟାପ୍ ୨.୦୧% ବୃଦ୍ଧିରେ ୧୪,୭୯୪ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ସ୍ମଲକ୍ୟାପ୍ ୩.୧୧% ବୃଦ୍ଧି ସହିତ ୧୪,୪୧୬ପଏଣ୍ଟରେ ବନ୍ଦ ହୋଇଛି ।