ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୩ରେ ଭୋଟ ଗଣତି ହେବ। ଶନିବାର ନିର୍ବାଚନ କମିସନ ଏନେଇ ଘୋଷଣା କରିଛନ୍ତି। ପିପିଲି ଉପନିର୍ବାଚନରେ ବିଜେଡି ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସରୁ ବିଶ୍ଵକେଶନ ହରିଚନ୍ଦନ ପ୍ରାର୍ଥୀ ରହିଛନ୍ତି। ଆଜି ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁଣି ଥରେ ୩ ଦଳ ଭିତରେ ଉତ୍ସାହ ଦେଖାଯାଇଛି।