ସେବା ସପ୍ତାହରେ ବିଜେପି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପି ପକ୍ଷରୁ ସପ୍ତାହେ ବ୍ୟାପି ସେବା ଦିବସ ଜାରି ରହିଛି । ସେହିପରି ଆଜି ବ୍ରହ୍ମପୁର ବିଜେପି ପକ୍ଷରୁ  ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ତତ୍ୱାବଧାନରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା । ସହରର ଗାନ୍ଧୀ ନଗର ସ୍ଥିତ ୫ ଲାଇନ୍ ପାଣି ଟାଙ୍କି ନିକଟରେ ଆୟୋଜିତ ମାଗଣା ଚିକିତ୍ସା ଶିବିରରେ ବହୁ ମାତ୍ରାରେ ଜନସାଧାରଣ ଓ ସ୍ଥାନୀୟ ଅଂଚଳବାସୀ ଯୋଗ ଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏଥିସହ ବିଜେପି ପକ୍ଷରୁ ମାଗଣା ଔଷଧ ବଂଟନ କରାଯାଇଥିଲା । ଏଥିରେ ଡାକ୍ତର ସୁବାଷ ସାହୁ,ଡା.ପ୍ରସନ୍ନ କର,ଡା,ଅମୂଲ୍ୟ ଚୌଧୂରୀ ଯୋଗ ଦେଇ ଜନସାଧାରଣଙ୍କୁ ଚିକିତ୍ସା କରିଥିବା ବେଳେ ଫାର୍ମାସିଷ୍ଟ ରାଜୀବ ମିଶ୍ର , ଆଲୋକ ଶତପଥି , ଶିବ ପାତ୍ର ଔଷଧ ବଂଟନ କରିଥିଲେ । ପୂର୍ବରୁ ଗାନ୍ଧୀ ନଗର ମଣ୍ଡଳ ତରଫରୁ ସଭାପତି ସତ୍ୟ ନାରାୟଣ ବସନ୍ତିଆ,ପ୍ରଦୀପ କୁମାର ଶତପଥିଙ୍କ ନେତୃତ୍ୱରେ ଉତ୍କଳ ଆଶ୍ରମ ରୋଡ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଗୋଷାଣୀନୂଆ ଗାଁ ମଣ୍ଡଳ ତରଫରୁ ସଭାପତି ଡ.ନମିତା ରାଣୀ ପଣ୍ଡାଙ୍କ ନେତୃତ୍ୱରେ ରୟାଲ ଫାର୍ମାସି କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସପ୍ତାହେ ବ୍ୟାପି ଗଞ୍ଜାମ ତଥା ବ୍ରହ୍ମପୁର ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ ଅବସରରେ ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନିଆଯାଇଥିଲା । ବିଜେପି ପକ୍ଷରୁ ସପ୍ତାହେ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରଭାତ ଷଡଙ୍ଗୀ,ଏନ.ରାଜେନ୍ଦ୍ର କୁମାର,ମଦନ ମହୋନ ପାତ୍ର,ପ୍ରଦୀପ ମିଶ୍ର,ବାଳକୃଷ୍ଣ ସାମନ୍ତରା,ମଧୂ ସାହୁ,ମାଲି ସାହୁ,କିରଣ କୁମାର ସାହୁ,ଜଗଦିଶ ପ୍ରଧାନ,ଭାବଗ୍ରାହୀ ପାଳ,ପ୍ରୀୟ ରଞ୍ଜନ ବେହେରା,କୌଳାସ ଜେନା,ଅଜିତ ପାତ୍ର,ରବିନ୍ କୁମାର ସାହୁ,ସୁରେଶ ସାହୁ,ବିନାୟକ ରଥ,ସୁନିଲ କୁମାର ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ