୬ ମାସରେ ଅଡବା ମୋହନାରେ ୮୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ୩୮ କେସ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଯାହା ଗଞ୍ଜେଇର ଗଡ଼ ପାଲଟିଥିଲା ତାହା ଏବେ ଲୋପ ପାଇବାକୁ ବସିଲାଣି | ଆଗରୁ କନ୍ଧମାଳ ଓ ମାଲକାନଗିରି ଅଞ୍ଚଳରେ ବହୁ ପରିମାଣରେ ଗଞ୍ଜେଇ ଚାଷ ହେଉଥିଲା ଯାହା କି ଖୁଲମ ଖୁଲା ଦିନ ଦିପହରେ ମାଲକାନଗିରି ଅଞ୍ଚଳରେ ପିଲା ଠାରୁ ବଡ଼ ପର୍ଯ୍ୟନ୍ତ ଗଞ୍ଜେଇ ସୁଖେଇବାର ଦୃଶ୍ୟ ଦେଖିବାକୁ ମିଳିଥଲା | ବର୍ତ୍ତମାନ ଏପରି ଗଞ୍ଜେଇ ଚାଷ ହେଉଛି ଯେପରିକି କାଜୁ ମକା ଚାଷ ହେଉଛି ଗତ କିଛି ବର୍ଷ ଭିତରେ ବହୁ ପରିମାଣରେ ବାହାର ରାଜ୍ୟକୁ ଚୋରା ଚାଲାଣ ହୋଇଆସୁଥିଲା ଗଞ୍ଜେଇ ଯାହାକି ଓଡ଼ିଶାର ଗଜପତି ଅଞ୍ଚଳରେ ଏକ କେଜି କୁ ୧ହଜାର ରୁ ଦୁଇ ହଜାର କିଣି ବାହାରେ ଏହା ୫ ହଜାର ରୁ ଉର୍ଦ୍ଧରେ ବିକ୍ରି ହେଉଛି | ଏହା ରୋକିବା ପାଇଁ ବହୁ ଏ.ସି.ପି ଆସି ଚାଲି ଗଲେଣି କିନ୍ତୁ କୌଣସି ଥାନା ଅଧିକାରୀ ଏହାକୁ ବନ୍ଦ କରିପାରିନଥିଲେ | କିନ୍ତୁ ଯେବେଠାରୁ ଗଜପତି ଏ.ସି.ପି ତପନ କୁମାର ପଟ୍ଟନାୟକ ଜିଲ୍ଲାରେ ପାଦ ଦେଇଛନ୍ତି ଗଞ୍ଜେଇ ମାଫିଆଙ୍କ ମନରେ ଭୟ ଦେଖିବାକୁ ମିଳିଛି | ଏ.ସି.ପି ଙ୍କ ମୁଖ୍ୟ କାମ ହେଉଛି ଜିଲ୍ଲାରୁ ଯେପରି ଗଞ୍ଜେଇର ମୂଳପୋଛ ହେବ,ଏ ନେଇ ଶ୍ରୀ ପଟ୍ଟନାୟକ ସମସ୍ତ ଥାନା କୁ ନିର୍ଦେଶ ଦେଇଛନ୍ତି ଗତ ୬ ମାସ ଭିତରେ ବହୁତ ପରିମାଣରେ ଗଞ୍ଜେଇ ଗାଡି,ଅଭିଯୁକ୍ତ ଧରାଯାଇଛି ଯାହା ଆଗରୁ କେବେ ହୋଇନଥିଲା | ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ଠାରୁ ପ୍ରତ୍ୟକ ଦିନ ଧରାପଡୁଛନ୍ତି ଗଞ୍ଜେଇ ମାଫିଆ,ଏହି ୬ ମାସ ଭିତରେ ମୋହନା ଥାନାରେ ୧୩ ଟି ଗଞ୍ଜେଇ କେସ ହୋଇଛି,ଏଥିରେ ସମ୍ପୃକ୍ତ ଥିବା ବାହାର ରାଜ୍ୟର ୨୮ ଜଣ ଗିରଫ ହୋଇଥିବା ବେଳେ ବାଇକ,ଅଟ, ଟ୍ରକ ୧୪ଟି ଜବତ ହୋଇଛି,ଗଞ୍ଜେଇ ୫ ସହ କ୍ୱିଣ୍ଟାଲ ଜବତ ହୋଇଛି,ସେଭଳି ଅଡବା ଥାନା ଅଧିକାରୀ ଦାଇତ୍ୱରେ ଥିବା ବେଳେ ଆଲୋକ ରଞ୍ଜନ ଜଗଦଲା ଓ ବର୍ତ୍ତମାନ ଥାନା ଅଧିକାରୀ ତପନ କୁମାର ପତିଙ୍କ ସମୟରେ ୬ ମାସ ଭିତରେ ୧୦ଟି କେସ ୭ଟି ଗାଡି ସିଜ ହୋଇଛି | ଏଥିରେ ସମ୍ପୃକ୍ତ ଥିବା ୧୬ ଜଣ ଗଞ୍ଜେଇ ମାଫିଆ ଧରା ପଡିଛନ୍ତି | ଏହା ସହ ୩୭ ସହ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି | କୋଟି କୋଟି ଟଙ୍କାର ଗଞ୍ଜେଇ ଧରାଯାଇଛି,ବାହାର ରାଜ୍ୟରୁ ଆସୁଥିବା ବ୍ୟବସାୟୀ ମାନେ ବିଭିନ୍ନ ଢଙ୍ଗରେ ଚୋରା କାରବାର କରନ୍ତି | ଗଞ୍ଜେଇକୁ ପରିବା,ପିଆଜ,କଦଳୀ,କାଜୁ,ମକା,ପ୍ଲାଷ୍ଟିକ ପେଡି ଇତ୍ୟାଦି ରେ ଭର୍ତ୍ତି କରନ୍ତି ଏହା ସହ ଗଞ୍ଜେଇ ନେଵା ପାଇଁ ଏକ ସ୍ୱତନ୍ତ୍ର ବକ୍ସ ମଧ୍ୟ ବନାଇଥାନ୍ତି,ଏହା ସତ୍ୱେ ମଧ୍ୟ ଗଞ୍ଜେଇ ମାଫିଆ ମାନଙ୍କୁ ଧରିବାରେ ଗଜପତି ପୋଲିସ ବୋହୁ ମାତ୍ରାରେ ସଫଳ ହୋଇଛି | ଗଜପତି ପୋଲିସ ମୋହନା,ଅଡବା,ରା.ଉଦୟଗିରି ଥାନାରେ ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ଏବଂ ଏହି ବ୍ୟବସାୟ ଯେଉଁ ବ୍ୟକ୍ତି ମାନେ କରୁଥିବେ ସେମାନେ ସୁଧୁରି ଯାଇ ନିଜ ପରିବାର ଲୋକଙ୍କୁ ପୋଷିବା ପାଇଁ ଅନ୍ୟ କୌଣସି ବ୍ୟବସାୟ କରନ୍ତୁ,କାରଣ ଆଗାମୀ ଦିନରେ ଏହି ଅଞ୍ଚଳରେ ଗୋଟିଏ ମଧ୍ୟ ଗଞ୍ଜେଇ ଗଛ ଦେଖିବାକୁ ମିଳିବ ନାହିଁ ବୋଲି ଏ.ସି.ପି ଙ୍କ ନିର୍ଦେଶ କ୍ରମେ ଏସ.ଡି.ପି.ଓ ଦିଲ୍ଲୀପ କୁମାର ନାୟକ କହିଛନ୍ତି | ସେହିପରି ରା.ଉଦୟଗିରିଥାନା ଅଧିକାରୀ ମମତା ନାୟକ ମଧ୍ୟ ଗଞ୍ଜେଇ ନେଇ ଯାଉଥିବା କିଛି ଗାଡିକୁ ଜବତ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି | ତିନୋଟି ଥାନା ମଧ୍ୟରୁ ମୋହନା ଥାନା ଅଧିକାରୀ ବୋହୁ ପରିମାଣରେ ଗଞ୍ଜେଇ ମାଫିଆ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି |


